ନଦିଆ ଦୁଷ୍କର୍ମ ମାମଲା: ମମତାଙ୍କୁ ଘେରିଲେ ନିର୍ଭୟାଙ୍କ ମାଆ, ‘ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଯୋଗ୍ୟ ନୁହନ୍ତି’

ନୂଆଦିଲ୍ଲୀ: ନଦିଆ ଜିଲ୍ଲାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ତା’ ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ପୀଡ଼ିତା ନିର୍ଭୟାଙ୍କ ମାଆ। ସେ କହିଛନ୍ତି ଦୁଷ୍କର୍ମ ପୀଡ଼ିତାଙ୍କ ପ୍ରତି ଏଭଳି ଅସମ୍ବେଦନଶୀଳ ମନ୍ତବ୍ୟ ଦେଉଥିବା ବ୍ୟକ୍ତି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଥିଲେ, – ଦୁଷ୍କର୍ମ ଯୋଗୁ ଜଣେ ନାବାଳିକା ମରିଗଲା ବୋଲି ଯାହା କୁହାଯାଉଛି, ତାହା କ’ଣ ଦୁଷ୍କର୍ମ? ସେ ଗର୍ଭବତୀ ଥିଲା ନା ପ୍ରେମ ବ୍ୟାପାର ଥିଲା? ସେମାନେ ତଦନ୍ତ କରିଛନ୍ତି କି? ମୁଁ ପୁଲିସକୁ କହିଛି। ସେମାନେ ଅଭିଯୁକ୍ତକୁ ଗିରଫ କରିଛନ୍ତି। ବାଳିକାର ଜଣଙ୍କ ସହ ପ୍ରେମ ସମ୍ବନ୍ଧ ଥିଲା। ଯଦି କିଏ କାହା ସହ ପ୍ରେମ କଲା ଆମେ କ’ଣ ତାକୁ ବନ୍ଦ କରିପାରିବୁ? ଏହା ଉତ୍ତରପ୍ରଦେଶ ନୁହେଁ। ଏଠାରେ ଲଭ୍ ଜିହାଦ ହୁଏ ନାହିଁ ବୋଲି ତୃଣମୂଳ ନେତ୍ରୀ କହିଥିଲେ। ଅପରପକ୍ଷେ ନିର୍ଭୟାଙ୍କ ମାଆ ମମତାଙ୍କ ମନ୍ତବ୍ୟକୁ ନାପସନ୍ଦ କରିବା ସହ ଘଟଣା ବିଧିବଦ୍ଧ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର