ସାମନ୍ଥାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ଚିନ୍ତାରେ ନାଗା, ଫୋନ କରି କହିଲେ…

ମୁମ୍ବାଇ: ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ତଳେ ସେ ନିଜ ସ୍ବାମୀ ତଥା ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେଉଥିବା ଖବରକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ସାମନ୍ଥା ନିଜ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସାମନ୍ଥା ସୋସିଆଲ ମିଡିଆରେ ପ୍ରଶଂସକମାନଙ୍କୁ ସୂଚନା ଦେଇଥିଲେ ଯେ ସେ ମାୟୋସିଟିସ୍ ରୋଗ ସହ ଲଢ଼ୁଛନ୍ତି। ସାମନ୍ଥା ଏହି ସୂଚନା ପରେ ତାଙ୍କ ପୂର୍ବ ସ୍ବାମୀ ନାଗା ତାଙ୍କ ସହ ଯୋଗାଯୋଗ କରିଥିବା ଜଣାପଡ଼ିଛି।

ସୂଚନାନୁସାରେ, ସାମନ୍ଥାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସମ୍ପୂର୍ଣ୍ଣ ଭଲ ନଥିଲେ ବି ସେ ପୂର୍ବ ଅପେକ୍ଷା ଟିକିଏ ଭଲ ଏବଂ ସୁସ୍ଥ ଅଛନ୍ତି। କୁହାଯାଉଛି ଯେ, ନାଗା ଚୈତନ୍ୟ ଏବଂ ତାଙ୍କ ପରିବାର ସାମନ୍ଥାଙ୍କ ଅସୁସ୍ଥତାକୁ ନେଇ ଚିନ୍ତିତ ଅଛନ୍ତି। ଏମିତି କି ନାଗା ଚୈତନ୍ୟ ସାମନ୍ଥାଙ୍କୁ ଫୋନ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିବା ଜଣାପଡ଼ିଛି।

ଦୁହେଁ ବିବାହ ବିଚ୍ଛେଦ ନେଇ ଘୋଷଣା କରିବା ପରେ ଦୁହିଁଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଥିଲା। ପରେ ସେମାନେ ଏକାଠି ହୋଇଯିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ ବି ତାହା ହୋଇନଥିଲା। ଏବେ ନାଗା ସାମନ୍ଥାଙ୍କ ସହ କଥା ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ସବୁକିଛି ସ୍ୱାଭାବିକ ହେବ ବୋଲି ପ୍ରଶଂସକ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର