ଅଗଷ୍ଟ ପନ୍ଦରରେ ନାଗପଞ୍ଚମୀ, ‘ତ୍ରିରଙ୍ଗା’ ଉତ୍ତୋଳନ ବେଳେ ବାହାରିଲେ ନାଗରାଜ

ଭୋପାଳ: ସମଗ୍ର ଭାରତବର୍ଷରେ ବୁଧବାର ହର୍ଷୋଲ୍ଲାସର ସହିତ ସ୍ୱାଧୀନତା ଦିବସ ଓ ନାଗପଞ୍ଚମୀ ପାଳନ ହୋଇଛି। ଏହି ୨ଟି ପର୍ବର ଅପୂର୍ବ ସଂଯୋଗ ଆଜି ମଧ୍ୟପ୍ରଦେଶର ବୈତୁଲରେ ଦେଖାଯାଇଛି। ଦୃଶ୍ୟ ଏମିତି ଥିଲା ଯେ, ଉପସ୍ଥିତ ଲୋକେ ଜୀବନରେ କେବେ ଦେଖି ନଥିବେ। ବୈତୁଲର ହିଭରଖେଡି ଗାଁରେ ସ୍କୁଲରେ ଅଗଷ୍ଟ ୧୫ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରାଯାଉଥିଲା ବେଳେ ସେହି ସମୟରେ ପତାକା ଖମ୍ଭ ଭିତରୁ ଅଚାନକ ଏକ ସାପ ବାହାରିଥିଲା। ଏହି ଅଦ୍ଭୁତ ଦୃଶ୍ୟକୁ ଦେଖି ଲୋକେ ଯେତିକି ଚକିତ ହେଉଥଲେ, ତା’ଠାରୁ ଅଧିକ ଭୟ କରୁଥିଲେ। ଆଜି ଅପୂର୍ବ ସଂଯୋଗ ଥିଲା। ଦେଶ ୭୨ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ନାଗପଞ୍ଚମୀ ଅବସରରେ ବୈତୁଲରେ ନାଗରାଜଙ୍କ ଆବିର୍ଭାବ ହୋଇଥିଲା।

କଳା ରଙ୍ଗର ଏହି ନାଗ ସାପ ଫେଣ ଉଠାଇ ପାଇପ୍‌ ଉପରେ ବସିଥିଲା। କିଛି ସମୟ ପରେ ଉପରୁ ତଳକୁ ଖସିପଡ଼ିଥିଲା ଓ ସେଠାରୁ ପଳାୟନ କରିଥିଲା। ଏମିତି ଭାବରେ ନାଗପଞ୍ଚମୀ ଅବସରରେ ନାଗରାଜଙ୍କୁ ପୂଜା କରାଯାଇଥାଏ। ଭାରତର ଅନେକ ସ୍ଥାନରେ ନାଗପଞ୍ଚମୀ ଦିନ ଲୋକେ ଶ୍ରଦ୍ଧାର ସହିତ ନାଗକୁ କ୍ଷୀର ଦେଇଥାନ୍ତି କିନ୍ତୁ ବୈତୁଲରେ ଜାତୀୟ ପତାକା ଉତ୍ତୋଳନ ସମୟରେ ନାଗସାପକୁ ଦେଖି ଲୋକେ ଭୟଭୀତ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର