ନୂଆଦିଲ୍ଲୀ,: ନାଗାଲାଣ୍ଡର ମୋନ ଜିଲ୍ଲାରେ ସେନାର ଭୁଲ ଗୁଳି ଚାଳନାରେ ଗତ ୪ ତାରିଖରେ ୧୪ ଜଣ ସାଧାରଣ ନାଗରିକ ଏବଂ ଜଣେ ଯବାନଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ଆଜି ପ୍ରବଳ ହଟ୍ଟଗୋଳ ହୋଇଛି। ତେବେ ଗୃହମନ୍ତ୍ରୀ ଅମିତ ଶାହ ଆଜି ଉକ୍ତ ମାମଲାର ତଦନ୍ତ ପାଇଁ ସଂସଦରେ ଏସଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍) ଗଠନ ଘୋଷଣା କରିଛନ୍ତି।
ବିରୋଧୀ ସଦସ୍ୟମାନଙ୍କ ସ୍ଳୋଗାନ ଏବଂ ଆଫସ୍ପା (ସଶସ୍ତ୍ର ବଳ ସ୍ବତନ୍ତ୍ର ସୁରକ୍ଷା ଆଇନ) ପ୍ରତ୍ୟାହାର ଦାବି ଭିତରେ ଗୃହମନ୍ତ୍ରୀ ନାଗାଲାଣ୍ଡ ମାମଲାର ରିପୋର୍ଟ ଗୃହରେ ରଖିଛନ୍ତି। ଘଟଣାରେ କେନ୍ଦ୍ର ସରକାର ଦୁଃଖ ପ୍ରକାଶ କରିଛନ୍ତି। ମାମଲାର ତଦନ୍ତ ମାସକ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।