କୋରାପୁଟ: ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାବୋଧକୁ ସୂଚାଇବାକୁ କୋରାପୁଟ ଜିଲ୍ଲା କୋଟିଆ ଗସ୍ତରେ ଆସିବେ ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ଟିମ୍। ଆଜି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆରେ ସ୍ବାଗତ କରାଯିବା ପରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଟିମ୍ ଗଙ୍ଗାବାଡ ଓ ମାଣିକପାଟଣାରେ ସଭା କରିବା ପରେ ରାୟଗଡାକୁ ଯିବେ। ଏହାପରେ ରବିବାର ଦିନ କୋରାପୁଟ ଜିଲ୍ଲା କୋଟିଆରେ ଆଲୋଚନା କରାଯିବ।
କିପରି ସୀମାରେ ଆନ୍ଧ୍ର ଓଡ଼ିଆ ଭାଷାକୁ ବିକୃତ କରାଯାଉଛି ତାହା ତନାଘନା କରାଯିବ। ଓଡ଼ିଆଭାଷାର ଅସ୍ମିତାକୁ ରକ୍ଷା କରାଯିବାକୁ ପଦକ୍ଷେପ ନିଆଯିବ। ଏହାସହ ସୀମାରେ ସଂଙ୍କେତ ସ୍ଥାପନ କରାଯିବ ବୋଲି ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2021/10/kpt-odisha-nagarika-mahasangh-2-300x142.jpg)
ଏହି ଟିମରେ ଉତ୍କଳ ପୂର୍ଣ୍ଣାଙ୍ଗ ପୂର୍ଣ୍ଣନ୍ୟାସ ମଣ୍ଡଳୀର ଅଧ୍ୟକ୍ଷ ସୀତା ବହ୍ଲଭ ମହାପାତ୍ର, ଜନଅଧିକାର ସାମୁଖ୍ୟର ସଭାପତି ବିଜୟ ପରିଡା,ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ସଭାପତ ମୂରଲୀଧର ବାହୁ, ଯୁବ ସାମ୍ବାଦିକ ଚୀରଞ୍ଜୀବ ସେଠୀ, ଓଡ଼ିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ ପ୍ରଦୀପ ବିଶ୍ବାଳ, କଳିଙ୍ଗ ପାଇକ ସଂଗଠନର କାର୍ଯ୍ୟକାରୀ ସଭାପତି ଇଂ.ଶିଶିର ନାୟକ ପ୍ରମୁଖ ଏହିଥିରେ ରହିବେ। ଆସନ୍ତାକାଲିଠାରୁ ପାରଳାଖେମୁଣ୍ଡିର ଗଙ୍ଗାବାଡ ଓ ମାଣିକପାଟଣାରୁ ସୀମା ଅଭିଯାନରେ ଆସିବେ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/kpt-odisha-nagarika-mahasangh-3.jpg)