ନାଗପୁର: ନାଗପୁର ସଂଘର୍ଷରେ ୩୦ ରୁ ଅଧିକ ଲୋକ ଆହତ ହେବା ପରେ ଏହାକୁ ନେଇ ଏବେ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କାରଣ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଏହି ହିଂସା ଯୋଜନାବଦ୍ଧ ଥିଲା। ମାତ୍ର ବିରୋଧୀ ଦଳ ସରକାରଙ୍କ ବିଫଳତାର ଅଭିଯୋଗ କରିଛନ୍ତି।
ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିକୁ ମହାରାଷ୍ଟ୍ରରୁ ସ୍ଥାନାନ୍ତର କରିବା ନେଇ ସୋମବାର ସନ୍ଧ୍ୟାରେ ହିଂସା ଘଟିବା ପରେ ନାଗପୁରର ଅନେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି।
ସହରର ମହଲ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ବଡ଼ ସଂଘର୍ଷ ପରେ ୬୦ରୁ ଅଧିକ ଦଙ୍ଗାକାରୀଙ୍କୁ ଅଟକ ରଖାଯାଇଥିଲା ଏବଂ ପ୍ରାୟ ୩୦ଟି ଗାଡ଼ି ପୋଡ଼ି ଦିଆଯାଇଥିଲା।
ନାଗପୁର ହିଂସା ଉପରେ ବିଧାନସଭାରେ ଭାଷଣ ଦେଇ ଫଡନଭିସ୍ କହିଛନ୍ତି, "ନାଗପୁରରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପ୍ରତିବାଦ କରିଥିଲେ। ଧାର୍ମିକ ବିଷୟବସ୍ତୁ ଥିବା ଜିନିଷ ପୋଡ଼ି ଦିଆଯାଇଥିବା ଗୁଜବ ପ୍ରସାରିତ ହୋଇଥିଲା। ଏହା ଏକ ଯୋଜନାବଦ୍ଧ ଆକ୍ରମଣ ପରି ମନେ ହେଉଛି। ଆଇନ ଶୃଙ୍ଖଳାକୁ ହାତକୁ ନେବାକୁ କାହାରି ଅନୁମତି ନାହିଁ।"
ଔରଙ୍ଗଜେବଙ୍କ କବର ଭାଙ୍ଗିବା ଦାବିରେ ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟମାନେ ମୋଗଲ ସମ୍ରାଟଙ୍କ କୁଶ ପୁତ୍ତଳିକା ଦାହ କଲେ। ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ।
ପରସ୍ପରକୁ ପଥର ମାଡ଼, ଲୋକଙ୍କ ଘର ଉପରକୁ ବି ପଥର ମାଡ଼ କରିଛନ୍ତି ଉପଦ୍ରବକାରୀ। କେବଳ ସେତିକି ନୁହେଁ, ରାସ୍ତା କଡରେ ଛିଡା ହୋଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଅଗ୍ନିକାଣ୍ଡ ଘଟାଇବା ସହ ଅନେକ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/03/18/CQvRS8JS90ck99x8pXd8.jpg)
