ନାଗପୁର: ନାଗପୁରରେ ସମାଧି ବିବାଦକୁ ନେଇ ଅଶାନ୍ତି ଉପୁଜିଛି। ମହାରାଷ୍ଟ୍ରର ସମ୍ଭାଜୀ ନଗରରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ଦାବି କରି ହିନ୍ଦୁ ସଂଗଠନଗୁଡ଼ିକ ପ୍ରତିବାଦ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ନାଗପୁରରେ ହିଂସାତ୍ମକ ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତେବେ ଏହାକୁ ନେଇ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ଦାବି କରିଛି ଯେ ଏହି ହିଂସା ପୂର୍ବ ଯୋଜନାବଦ୍ଧ ଥିଲା।

Advertisment

ସହରର ମହଲ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ବଡ଼ ସଂଘର୍ଷ ପରେ ପ୍ରାୟ ୬୦ ରୁ ୬୫ ଦଙ୍ଗାକାରୀଙ୍କୁ ଅଟକ ରଖାଯାଇଛି। ୨୫ ରୁ ୩୦ ଜଣ କର୍ମଚାରୀ ଆହତ ହୋଇଛନ୍ତି ଏବଂ ପ୍ରାୟ ୨୫ ଟି ବାଇକ୍ ଏବଂ ତିନୋଟି କାର ପୋଡ଼ି ଦିଆଯାଇଛି।

ଔରଙ୍ଗଜେବଙ୍କ କବର ଭାଙ୍ଗିବା ଦାବିରେ ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟମାନେ ମୋଗଲ ସମ୍ରାଟଙ୍କ କୁଶ ପୁତ୍ତଳିକା ଦାହ କଲେ । ଆଉ ଏହା ପରେ ଆରମ୍ଭ ହୋଇଯାଇଥିଲା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ।

ପରସ୍ପରକୁ ପଥର ମାଡ଼, ଲୋକଙ୍କ ଘର ଉପରକୁ ବି ପଥର ମାଡ଼ କରିଛନ୍ତି ଉପଦ୍ରବକାରୀ । କେବଳ ସେତିକି ନୁହେଁ, ରାସ୍ତା କଡରେ ଛିଡା ହୋଇଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଅଗ୍ନିକାଣ୍ଡ ଘଟାଇବା ସହ ଅନେକ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା ।