ନୂଆଦିଲ୍ଲୀ: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନାଗ୍ରୋଟା ନିଷିଦ୍ଧାଞ୍ଚଳରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ୪ଜଣ ଆତଙ୍କବାଦୀଙ୍କ ହତ୍ୟା ପରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଏକ ବଡ଼ ଷଡ୍ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଜମ୍ମୁ- କାଶ୍ମୀରରେ ହେବାକୁ ଥିବା ଜିଲ୍ଲା ବିକାଶ ପରିଷଦ (ଡିଡିସି) ନିର୍ବାଚନରେ ବାଧା ସୃଷ୍ଟି କରି ଭଣ୍ଡୁର କରିବା ପାଇଁ ଏହା ପାକିସ୍ତାନର ଏକ ଷଡଯନ୍ତ୍ର ଥିଲା ବୋଲି କହିଛି ଭାରତୀୟ ଗୁପ୍ତଚର ସଂସ୍ଥା।
ଗୁପ୍ତଚର ସଂସ୍ଥା ଦ୍ୱାରା ସଂଗୃହୀତ ହୋଇଥିବା ତଥ୍ୟ ଅନୁଯାୟୀ, ନିହତ ହୋଇଥିବା ଚାରି ଆତଙ୍କବାଦୀଙ୍କ ଦ୍ୱାରା ବିସ୍ଫୋରଣ ଏବଂ ଗୁଳିଗୋଳା ବର୍ଷଣ କରାଇ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଚଳିତ ମାସରେ ହେବାକୁ ଯାଉଥିବା ଡିଡିସି ନିର୍ବାଚନକୁ ଭଣ୍ଡୁର କରିବାକୁ ଷଡଯନ୍ତ୍ର କରିଥିଲା।
/sambad/media/post_attachments/wp-content/uploads/2020/11/Nagrota_encounte.jpeg) India Today
 India Todayସୂଚନାଯୋଗ୍ୟ ଯେ ଗତ ୧୯ ତାରିଖରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନାଗ୍ରୋଟା ଅଞ୍ଚଳରେ ଥିବା ଟୋଲ ପ୍ଲାଜା ନିକଟରେ ହୋଇଥିବା ଏନକାଉଣ୍ଟରରେ ଚାରିଜଣ ସନ୍ଦିଗ୍ଧ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଚାରିଜଣ ଆତଙ୍କବାଦୀ ଜିଲ୍ଲା ବିକାଶ ପରିଷଦ (ଡିଡିସି) ମତଦାନକୁ ଭଣ୍ଡୁର କରିବା ପାଇଁ କଶ୍ମୀର ଉପତ୍ୟକାକୁ ଯାଉଥିଲେ। ଜମ୍ମୁ- କଶ୍କୀରରେ ରାଜନୈତିକ ପ୍ରକ୍ରିୟାକୁ ବାଧା ଦେବା ପାଇଁ ପାକିସ୍ତାନ ଦ୍ୱାରା ଏହି ଷଡ଼ଯନ୍ତ୍ର କରାଯାଇଥିଲା।
ଏଥିପାଇଁ ପାକିସ୍ତାନ ପଟୁ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ପାକ୍ ଅଧିକୃତ କଶ୍ମୀରରେ ପ୍ରାୟ ୨୦ଟି ଲଞ୍ଚ ପ୍ୟାଡରେ ପ୍ରାୟ ୧୫୦ ଆତଙ୍କବାଦୀ ଏକ ଉପଯୁକ୍ତ ସମୟକୁ ଅପେକ୍ଷା କର ରହିଥିଲେ। ଏହା ବ୍ୟତୀତ ଅନେକ ଆତଙ୍କବାଦୀ ପାକିସ୍ତାନରୁ ପୁଞ୍ଚ, କୃଷ୍ଣ ଉପତ୍ୟକା, ଭେମ୍ବର ଗାଲି, ନୌଶେରା ନିକଟବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶ ଯୋଜନାରେ ରହିଥିଲେ ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି। ଏହି ଆତଙ୍କବାଦୀମାନଙ୍କ ସାହାଯ୍ୟରେ କିଛି ପ୍ରମୁଖ ରାଜନେତାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲା ପାକିସ୍ତାନର ଆଇଏସ୍ଆଇ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Pak-1.jpg)
