ନୂଆଦିଲ୍ଲୀ: ଦିଲ୍ଲୀରେ ଆସନ୍ତାକାଲି ବିରୋଧୀଦଳମାନେ ପୁଣି ଏକ ମେଗା ରୢାଲିରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। ଗତମାସରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକରାରେ ୨୦ରୁ ଅଧିକ ରାଜନୈତିକ ଦଳର ନେତୃବୃନ୍ଦ କୋଲକାତା ରୢାଲିରେ ସମବେତ ହୋଇଥିବା ବେଳେ ବିରୋଧୀ ଦଳଗୁଡ଼ିକ ପରବର୍ତ୍ତୀ ସମୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡ଼ୁଙ୍କ ଧାରଣାକୁ ସମର୍ଥନ କରି ଏକତା ଦେଖାଇଥିଲେ। ଆଜି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କୁ ଲକ୍ଷ୍ନୌରେ ଅଟକ ରଖାଯିବା ମାମଲା ନେଇ ବିରୋଧୀ ଦଳମାନେ ଗୋଟିଏ ସ୍ବରରେ ଏନ୍ଡିଏ ସରକାରକୁ ଘେରିଛନ୍ତି ଏବଂ ଆସନ୍ତାକାଲି ଆମ୍ ଆଦ୍ମି ପାର୍ଟି ନେତୃତ୍ବରେ ଦିଲ୍ଲୀରେ ମେଗା ରୢାଲି କରିବାକୁ ଯାଉଛନ୍ତି। ଏହି ରୢାଲିର ନାମ ରହିଛି ‘ଏକଛତ୍ରବାଦ ହଟାଓ-ଗଣତନ୍ତ୍ର ବଞ୍ଚାଓ।’ ଯନ୍ତର ମନ୍ତରରେ ହେବାକୁ ଥିବା ଏହି ରୢାଲିରେ ଚନ୍ଦ୍ରବାବୁ ଏବଂ ମମତା ବାନାର୍ଜୀଙ୍କ ସମେତ ୨୦ଟି ବିରୋଧୀ ଦଳର ନେତା ଯୋଗଦେବେ। ବିରୋଧୀ ଦଳଙ୍କ ମହାମେଣ୍ଟ ଗଠନ ପାଇଁ ଏହି ରୢାଲି ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ମୋଦୀ ସରକାର ବିଭିନ୍ନ କ୍ଷେତ୍ରରେ ସୀମା ଲଂଘିଛନ୍ତି ଏବଂ ଦେଶରେ ଅରାଜକତା ସ୍ଥିତି ସୃଷ୍ଟି କରିଥିବାରୁ ଏହାର ଜବାବରେ ଦେଶବାସୀଙ୍କୁ ଜାଗ୍ରତ କରାଇବା ପାଇଁ ଏହି ରୢାଲି ଆୟୋଜନ ହେଉଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।
ମମତାଙ୍କ ପରେ ନାଇଡ଼ୁ ଓ ଅଖିଳେଶ ଏକଜୁଟ୍ ହେଉଛନ୍ତି ବିରୋଧୀ, ଆଜି ରୢାଲି
/sambad/media/post_attachments/wp-content/uploads/2019/02/Naidu-mamata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)