ନାଇଡ଼ୁଙ୍କ ବଙ୍ଗଳା ବେଆଇନ ନୁହେଁ : ଟିଡିପି

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ‘ଅମରାବତୀ‘ ବାସଭବନ ବେଆଇନ ନୁହେଁ। ନୂଆ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନଙ୍କ ନେତୃତ୍ବାଧୀନ ୱାଇଏସଆରସିପି ଦ୍ବାରା ଆସିଥିବା ଅଭିଯୋଗ ଭୁଲ୍‌। ଟିଡିପି ଅନୁଯାୟୀ ନାଇଡ଼ୁଙ୍କ ବଙ୍ଗଳା ନିର୍ମାଣ ପାଇଁ ପୂର୍ବର ୱାଇଏସ୍‌ ରାଜଶେଖର ରେଡ୍ଡୀ ସରକାରଙ୍କ ଦ୍ବାରା ଅନୁମତି ମିଳିଥିଲା। ଟିଡିପିର ‌ନେତୃବୃନ୍ଦ ଏବେ ଜଗନମୋହନଙ୍କୁ ପ୍ରଶ୍ନ କରିଛନ୍ତି, ନାଇଡ଼ୁଙ୍କ ବାସଭବନକୁ ବେଆଇନ ଘୋଷଣା କରି ଜଗନ କ’ଣ ବିଶ୍ବବାସୀଙ୍କୁ ଏହା ଜଣାଇବକୁ ଚାହୁଛନ୍ତି ଯେ ତାଙ୍କ ବାପାଙ୍କ ଦ୍ବାରା ଏହି ବେଆଇନ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର