ଓଡ଼ିଆ ମହିଳାଙ୍କୁ ନାଇଜେରୀୟ ନାଗରିକଙ୍କ ଠକେଇ ମାମଲା

ନୂଆଦିଲ୍ଲୀ : ଓଡ଼ିଆ ମହିଳାଙ୍କଠାରୁ ୧୭ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିବା ନାଇଜେରୀୟ ନାଗରିକ ଅବିନା ନିକୋଡିମସ୍‌ ଏନ୍‌ଓ୍ଵିକାଙ୍କୁ ଟ୍ରାଏଲ୍‌ କୋର୍ଟରେ ଜାମିନ ପାଇଁ ଆବେଦନ କରିବାକୁ ସୁପ୍ରିମ କୋର୍ଟ ପରାମର୍ଶ ଦେଇଛନ୍ତି। ମାମଲାର ଶୁଣାଣି କରି ବିଚାରପତି ଅଭୟ ମନୋହର ସାପ୍ରେ ଓ ବିଚାରପତି ଉଦୟ ଉମେଶ ଲଳିତ ଏହା କହିଛନ୍ତି। ଏହି ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇସାରିଛି। ସହ ଅଭିଯୁକ୍ତକୁ ଜାମିନ ମିଳିସାରିଛି। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଭୁବନେଶ୍ୱରର ଜଣେ ଓଡ଼ିଆ ମହିଳାଙ୍କ ସହିତ ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରି ନାଇଜେରିଆର ଉକ୍ତ ବ୍ୟକ୍ତି ୧୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର