୧ ମିନିଟରେ ୨୧ ଥର ଚକ୍ରାସନ କରି ରେକର୍ଡ କଲେ ୧୧ ବର୍ଷର ଝିଅ

ନୈନିତାଲ: କମ୍ ବୟସରେ ବିଶ୍ୱ ରେକର୍ଡ | ଇତିହାସ ରହିଲେ ଉତ୍ତରାଖଣ୍ଡର ୧୧ ବର୍ଷୀୟ ଝିଅ ରିୟା ପଲାଡିୟା | ମାତ୍ର ୧ ମିନିଟରେ ୨୧ ଥର ‘ନିରାଲାମ୍ବା ଚକ୍ରାସନ’ ଯୋଗ କରି ଗୋଲଡେନ ବୁକ ଅଫ୍ ୱାର୍ଲ୍ଡ ରେକର୍ଡର ସୁନାମ ଅର୍ଜନ କରିଛନ୍ତି ରିୟା | ଏହା ପୂର୍ବରୁ ୧ ମିନିଟରେ ୧୪ଥର ‘ନିରାଲାମ୍ବା ଚକ୍ରାସନ’ କରି କର୍ଣ୍ଣାଟକର ଖୁସି ଏହି ରେକର୍ଡ ସ୍ଥାପନ କରିଥିଲେ | ସୂଚନା ମୁତାବକ, ଉତ୍ତରାଖଣ୍ଡ ବୋର୍ଡିଂ ସିନିୟର ସେକେଣ୍ଡାରୀ ସ୍କୁଲରେ ଆୟୋଜିତ ଏହି ଯୋଗାସନ ପ୍ରତିଯୋଗିତାରେ ୧୧ ବର୍ଷୀୟ ରିୟା ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି |

Photo-Dainik jagaran

ଗୋଲଡେନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଜାତୀୟ ମୁଖ୍ୟ ଆଲୋକ କୁମାର ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି | ଉତ୍ତରାଖଣ୍ଡର ନୈନିତାଲର ଗୋଲାପାର ଅଞ୍ଚଳରେ ରହୁଥିବା ରିୟା ପୂର୍ଣ୍ଣ ଚକ୍ରାସନର ଯୋଗ ଭଳି କଠିନ ଆସନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି | ରିୟା କହିଛନ୍ତି ଯେ ଅଲମ୍ପିକରେ ଜିମ୍ନାଷ୍ଟିକରେ ସ୍ବର୍ଣ୍ଣ ପଦକ ପାଇବା ତାଙ୍କର ସ୍ୱପ୍ନ ରହିଛି |

ସବୁଠାରୁ ବଡ଼ କଥା ହେଲା, ଏହି କୀର୍ତ୍ତିମାନ ସ୍ଥାପନ କରିବା ପାଇଁ ବିଗତ ୪ ବର୍ଷ ହେବ ରିୟା କଠୋର ପରିଶ୍ରମ କରିଥିବା କହିଛନ୍ତି । ତେବେ ରିୟାଙ୍କ ଏହି ଅବିଶ୍ୱସନୀୟ ସଫଳତା ବିଶ୍ୱ ଦରବାରରେ ଭାରତର ନାଁ ଗୌରାବନ୍ୱିତ କରିଛି |

ସମ୍ବନ୍ଧିତ ଖବର