ଜାଣନ୍ତୁ କେଉଁ ରୋଗ ହେତୁ ଏହି ପାଦ୍ରୀଙ୍କ ଶରୀରରୁ ବାହାରୁଛି କ୍ଷୀର, ଏଭଳି ମିଳିଛି ଚିକିତ୍ସା କରାଇବାର ବାଟ

ନୂଆଦିଲ୍ଲୀ : କେନିଆର ନାଇରୋବିରେ ଜଣେ ପାଦ୍ରୀଙ୍କ ବ୍ରେନ୍‌ ଟ୍ୟୁମରର ସମସ୍ୟା ଥିବାରୁ ୧୮ବର୍ଷ ହେଲାଣି ସେ କଷ୍ଟ ସହିବା ସହ ଲଜ୍ଜିତ ହୋଇ ଆସୁଛନ୍ତି । ଏହି ସମସ୍ୟା ପାଇଁ ତାଙ୍କ ଛାତିରୁ କ୍ଷୀର ବାହାରୁଥିବା ବେଳେ ସେ ଶାରୀରିକ ସଂପର୍କ ରଖିବାରେ ଅକ୍ଷମ ହୋଇ ପଡ଼ିଛନ୍ତି । ପାଦ୍ରୀଙ୍କ ନାମ ଫ୍ରାନ୍‌ସିସ୍‌ ଗିଚୁରୁ ବୋଲି ଜଣା ପଡ଼ିଥିବା ବେଳେ ୨୦୦୦ମସିହାରେ ତାଙ୍କର ଏହି ସମସ୍ୟା ଆରମ୍ଭ ହୋଇଥିଲା ।  ନିଜର ଏହି ରୋଗକୁ ଭଲ କରିବା କରିବା ପାଇଁ ୯ ହଜାର ୟୁରୋ ଖର୍ଚ୍ଚ କରି ମଧ୍ୟ ସେ ସଫଳ ହୋଇ ପାରି ନଥିଲେ ।

କିନ୍ତୁ କିଛି ଦିନ ତଳେ ଏକ ରେଡ଼ିଓ ପ୍ରୋଗ୍ରାମ ଶୁଣିବା ପରେ ତାଙ୍କୁ ନିଜ ଚିକିତ୍ସା କରାଇବାର ଏକ ନୂଆ ବାଟ ମିଳିଛି । ତାଙ୍କ ରୋଗର ନାମ ପ୍ରୋଲୋକ୍ଟିନୋମା ଓ ଏହି ରୋଗ ମସ୍ତିଷ୍କର ପିଟ୍ୟୁଟାରୀ ଗ୍ଲାଣ୍ଡରେ ନନ୍‌ କ୍ୟାନ୍‌ସର ଟ୍ୟୁମର କାରଣରୁ ହୋଇଥାଏ । ଏହି ଗ୍ଲାଣ୍ଡ ହରମୋନ୍‌କୁ ନିୟନ୍ତ୍ରିତ କରିଥାଏ । ଯାହାଦ୍ୱାରା ପାଦ୍ରୀ ମୋଟା ହେବା ସହ ତାଙ୍କ ଶରୀରରୁ ଶକ୍ତି କମ ହେବାକୁ ଲାଗିଥିଲା। ସେ ଏହି ରୋଗ ବିଷୟରେ ନିଜ ବିବାହ ପରେ ଜାଣି ପାରିଥିଲେ । ବିବାହ ପରେ ଶାରୀରିକ ସଂପର୍କ ରଖିବାରେ ଅସୁବିଧା ହେବାରୁ ସେ ନିଜର ଚିକିତ୍ସା କରାଇଥିଲେ । ଏହା ପରେ ତାଙ୍କୁ ନିଜ ଶାରୀରିକ ସମସ୍ୟା ବିଷୟରେ ଜଣା ପଡ଼ିଥିଲା । ଧିରେ ଧିରେ ସେ ଶାରୀରିକ ସଂପର୍କ ରଖିବା ବନ୍ଦ କରି ଦେଇଥିଲେ । ୧୮ବର୍ଷ ହେଲାଣି ସେ ନିଜ ସ୍ତ୍ରୀଙ୍କ ସହ ଶାରୀରିକ ସଂପର୍କ ରଖି ନ ଥିବା କହିଛନ୍ତି।

When Danny Met Sally

ବିଭିନ୍ନ ଉପାୟ ଆପଣାଇ ଠିକ୍‌ ହୋଇ ପାରୁ ନଥିବା ବେଳେ ଏକ ରେଡ଼ିଓ ପ୍ରୋଗ୍ରାମରେ ଜଣେ ଡ଼ାକ୍ତରଙ୍କ ସାକ୍ଷାତକାର ଶୁଣି ସେ ତାଙ୍କ ପାଖରେ ପହଞ୍ଚିଥିଲେ । ଡ଼ାକ୍ତର ତାଙ୍କୁ ରୋଗର ସ୍ଥାୟୀ ସମାଧାନ କରିବା ପାଇଁ ଅସ୍ତ୍ରୋପଚାର କରିବାକୁ କହିଥିବା ବେଳେ ଏଥିରେ ଲାଗିବାକୁ ଥିବା ଅର୍ଥ ପାଇଁ ସେ ଏବେ ଚିନ୍ତିତ ଥିବା ଜଣା ପଡ଼ିଛି । ଏ ନେଇ ସେ ଲୋକମାନଙ୍କୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଅପିଲ କରୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର