ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନାଲ୍କୋ ଆଲୁମିନା ବିକ୍ରି ଟେଣ୍ଡର ମାମଲାର ଶୁଣାଣି ଦୁଇ ସପ୍ତାହ ପରେ ହେବ। ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଅନିରୁଦ୍ଧ ବୋସ୍ଙ୍କ ତିନି ଜଣିଆ ଖଣ୍ଡପୀଠରେ ହୋଇଥିଲା। ଖଣ୍ଡପୀଠ ନାଲକୋକୁ ଜବାବ ଦାଖଲ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ। ମାର୍ଚ୍ଚ ୨୬ରେ ଓଡ଼ିଶା ହାଇକୋର୍ଟ ନାଲକୋ ଆଲୁମିନା ନିଲାମରେ ଭାଗ ନେଇପାରିବ ବୋଲି ବେଦାନ୍ତକୁ ଅନୁମତି ଦେଇଥିଲେ। ଯାହାକୁ ନେଇ ନାଲକୋ ଦ୍ବାରା ସୁପ୍ରିମକୋର୍ଟରେ ଏସଏଲ୍ପି ଦାଖଲ କରାଯାଇଥିଲା। ଏସଏଲ୍ପିର ଶୁଣାଣି କରି ଏପ୍ରିଲ ୨୯ରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଉପରେ ୧୦ ସପ୍ତାହ ମଧ୍ୟରେ ରହିତାଦେଶ ଜାରି କରିଥିଲେ। ଏହି ରହିତାଦେଶ ଅନ୍ୟ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଆଜି ସୁପ୍ରମକୋର୍ଟ ଆଦେଶରେ କହିଛନ୍ତି।
ନାଲ୍କୋର ଆଲୁମିନା ବିକ୍ରି ଟେଣ୍ଡର ମାମଲା : ଦୁଇ ସପ୍ତାହ ପରେ ସୁପ୍ରିମକୋର୍ଟରେ ଶୁଣାଣି
/sambad/media/post_attachments/wp-content/uploads/2019/07/nalco.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)