ଶ୍ରଦ୍ଧାଞ୍ଜଳି ପୂର୍ବକ ଜାତୀୟ ଯୁଦ୍ଧ ସ୍ମାରକୀରେ ଖୋଦେଇ ହେବ ଗଲ୍‌ୱାନ୍‌ ଉପତ୍ୟକା‌ର ୨୦ଜଣ ସହିଦଙ୍କ ନାମ

ନୂଆଦିଲ୍ଲୀ: ଜୁନ୍ ୧୫ ତାରିଖ ଦିନ ପୂର୍ବ ଲଦାଖରେ ଗଲୱାନ ଉପତ୍ୟକାରେ ଚୀନ୍ ସେନା ସହ ଘଟିଥିବା ଭୀଷଣ ସଂଘର୍ଷ ଯୋଗୁଁ ସହିଦ ହୋଇଥିବା ୨୦ଜଣ ଭାରତୀୟ ଯବାନଙ୍କ ନାମ ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀରେ ଖୋଦେଇ କରାଯିବ ବୋଲି ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ସୀମା ବିବାଦ ଏବଂ କେତେ ଥର ଧସ୍ତାଧସ୍ତି ଘଟଣା ପରେ ସଂଖ୍ୟାରେ ଅଧିକ ଚୀନ୍ ସୈନିକମାନଙ୍କ ସହ ଏହି ଯବାନମାନେ ସଂଘର୍ଷ କରିଥିଲେ। ଗଲୱାନ୍ ଉପତ୍ୟକାର ପାଟ୍ରୋଲ୍ ପଏଣ୍ଟ୍ ୧୪ରେ ଏହି ୭ ଘଣ୍ଟିଆ ସଂର୍ଘଷ କାରଣରୁ ୧୬ ବିହାରର କମାଣ୍ଡିଙ୍ଗ୍ ଅଫିସର୍ କର୍ଣ୍ଣେଲ୍ ବି ସନ୍ତୋଷ ବାବୁଙ୍କ ସହ ଅନ୍ୟ ୧୯ଜଣ ସହିଦ ହୋଇଥିଲେ।

ସେ ସମସ୍ତଙ୍କ ନାମ ସ୍ମାରକୀରେ ଖୋଦେଇ କରାଯିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏହି ସଂଘର୍ଷରେ ଚୀନ୍‌ର ପ୍ରାୟ ୪୦ଜଣ ସୈନିକ ନିହତ ହୋଇଥାଇ ପାରନ୍ତି ବୋଲି ଆକଳନ କରାଯାଉଥିବା ବେଳେ ଚୀନ୍ କିନ୍ତୁ, ନିହତ ସ‌ୈନିକଙ୍କ ସଂଖ୍ୟା କଥାରେ ନିରବ ରହୁଛି।

 

ସମ୍ବନ୍ଧିତ ଖବର