ଭାଇରାଲ ହେଲା ‘ନମୋ ଏଗେନ୍‌ ୨୦୧୯’ ଲେଖାଥିବା ଖାଦ୍ୟ ରସିଦ୍‌, ମ୍ୟାନେଜରଙ୍କୁ ପଚରାଯିବା ପାରେ କହିଲେ; ଶିବଙ୍କ ଉପରେ ଭରସା ଥିବାରୁ ଏଭଳି ଲେଖିଥିଲି 

ରାୟବରେଲି : ଉତ୍ତରପ୍ରଦେଶର ରାୟବରେଲିରେ ଥିବା ଏକ ରେସ୍ତୋରାଁରେ ଗ୍ରାହକମାନଙ୍କୁ ନମୋ ଏଗେନ୍‌ ୨୦୧୯ ଲେଖାଥିବା ରସିଦ୍‌ ଦିଆଯାଉଥିବା ସାମ୍ନାକୁ ଆସିଛି । ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରାୟବରେଲିକୁ କଂଗ୍ରେସର ଗଡ଼ ବୋଲି କୁହାଯାଉଥିବା ବେଳେ ସେଠାରେ ଏଭଳି ରସିଦ୍‌ ଦିଆଯିବାର ଦୃଶ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହା ପ୍ରଥମେ ନୁହେଁ, ଏହା ପୂର୍ବରୁ ଗୌତମବୁଦ୍ଧନଗରରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ନମୋ ଫୁଡ୍‌ ପ୍ୟାକେଟ ଲୋକମାନଙ୍କୁ ବଣ୍ଟା ଯାଇଥିବାର ଦୃଶ୍ୟ ସାମ୍ନାକୁ ଆସି ସାରିଛି । ରାୟବରେଲିରେ ମେ ୬ରେ ପଞ୍ଚମ ପର୍ଯ୍ୟାୟ ଭୋଟ୍‌ ହେବାକୁ ଥିବା ବେଳେ ପୂର୍ବରୁ ଏଭଳି ରସିଦ୍‌ର ଦୃଶ୍ୟ ସାମ୍ନାକୁ ଆସିବା ଆଲୋଚନାର ବିଷୟ ପାଲଟିଛି ।

oneindia.com

ସୂଚନା ମୁତାବକ, ରାୟବରେଲିରେ ଥିବା ରେସ୍ତୋରାଁକୁ ଖାଦ୍ୟ କିଣିବା ପାଇଁ ଆସିଥିବା ଜଣେ ଯୁବକଙ୍କୁ ଏଭଳି ରସିଦ୍‌ ମିଳିବା ପରେ ସେ ହିନ୍ଦୋସ୍ତାନ ଟାଇମ୍ସକୁ ଏହି ରସିଦ୍‌ ଦେଖାଇ ପୂରା ଘଟଣା ବିଷୟରେ ଜଣାଇଥିଲେ । ଅପ୍ରେଲ ୧୪ରେ ଯୁବକଜଣଙ୍କ ମିଠା କିଣିଥିବା ବେଳେ ତାଙ୍କୁ ଏଭଳି ରସିଦ୍‌ ଦିଆଯାଇଥିଲା । ଯାହା ତଳେ ନମୋ ଏଗେନ୍‌ ୨୦୧୯ ବୋଲି ଲେଖା ଯାଇଥିଲା । ଏ ନେଇ ରେସ୍ତୋରାଁର ମ୍ୟାନେଜରଙ୍କୁ ପଚରାଯିବା ପରେ, ପ୍ରଭୁ ଶିବଙ୍କ ଉପରେ ମୋର ଆସ୍ତା ଥିବାରୁ ମୁଁ ମୋ ଖାଦ୍ୟ ରସିଦ୍‌ରେ ନମୋ ଏଗେନ୍‌ ଲେଖିଥିଲି । କିନ୍ତୁ ପରେ ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ଜାଣି ମୁଁ ଏବେ ଆଇ ଲଭ୍‌ ଇଣ୍ଡିଆ ଲେଖିବା ଆରମ୍ଭ କରିଛି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର