ଚଣ୍ଡୀଗଡ଼: ପାକିସ୍ତାନରେ ଗୁରୁ ନାନକ ମହଲ ଭଙ୍ଗା ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଶିରୋମଣୀ ଅକାଳି ଦଳ ସାଂସଦ ହର୍ସିମ୍ରତ କୌର ବାଦଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।
ଐତିହାସକ ନାନକ ମହଲକୁ ଭଙ୍ଗାଯିବା ଘଟଣାକୁ ନେଇ ମୋଦୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ ସେ କହିଛନ୍ତି। ନାନକ ମହଲକୁ କିଛି ଦୁର୍ବୃତ୍ତ ଭାଙ୍ଗିଦେଇ ଏହାର ମୂଲ୍ୟବାନ କବାଟ ଝରକାଗୁଡିକୁ ବିକ୍ରି କରିଦେଇଥିବା ଜଣାପଡିଥିଲା। ଉକ୍ତ ୪ ମହଲା ବିଶିଷ୍ଟ କୋଠାର ତିନଟି ମହଲାକୁ ଭାଙ୍ଗି କିଛି ପ୍ରଭାବଶାଳୀ ବ୍ୟକ୍ତି ସେଠାରେ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି।
ନାନକ ମହଲ ଭଙ୍ଗା ଘଟଣା: ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ହର୍ସିମ୍ରତ
/sambad/media/post_attachments/wp-content/uploads/2019/05/789415-harsimrat.jpg)