ନୂଆଦିଲ୍ଲୀ: ଚଳିତବର୍ଷର ସବୁଠାରୁ ବଡ଼ ବିବାହ ହେବାକୁ ଯାଉଛି ଅନନ୍ତ ଅମ୍ବାନୀଙ୍କ ବିବାହ। ଏହି ବିବାହରେ ସାମିଲ ହେବାପାଇଁ ଦେଶ ଓ ବିଦେଶରୁ ଅନେକ ନାମୀଦାମୀ ବ୍ୟକ୍ତିଙ୍କ ମୁମ୍ବାଇ ଆଗମନ ହେବାରେ ଲାଗିଛି।

Advertisment

ଅନନ୍ତ ଓ ରାଧିକାଙ୍କ ବିବାହରେ ବଲିଉଡ କଳାକାରଙ୍କ ଠାରୁ ଆରମ୍ଭ କରି କ୍ରିକେଟର ଓ ରାଜନେତା/ନେତ୍ରୀମାନଙ୍କୁ ବି ନିମନ୍ତ୍ରଣ କରାଯାଇଛି। ମୁକେଶ ଅମ୍ବାନୀଙ୍କ ନିମନ୍ତ୍ରଣ ରକ୍ଷା କରି ମମତା ବାନାର୍ଜୀ ଓ ଲାଲୁ ପ୍ରସାଦ ଯାଦବ ବିବାହରେ ସାମିଲ ହେବାକୁ ଯାତ୍ରା ଆରମ୍ଭ କରି ଦେଇଛନ୍ତି।

ଏହି କ୍ରମରେ ଅନନ୍ତ ଓ ରାଧିକାଙ୍କ ବିବାହର କାର୍ଯ୍ୟକ୍ରମର ସମୟସୂଚୀ ଭାଇରାଲ ହେବାକୁ ଲାଗିଛି। ଭାଇରାଲ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଶୁକ୍ରବାର ୩ଟା ସମୟରୁ ବିବ‌ାହ ସହିତ ଜଡ଼ିତ ରୀତିନୀତି ଆରମ୍ଭ ହୋଇଯାଇଛି।

ବରମାଳା ରାତି ୮ଟାରେ ହେବାକୁ ଥିବା ବେଳେ ୯.୩୦ରେ ରାଧିକା ଓ ଅନନ୍ତ ବେଦୀରେ ଅଗ୍ନିକୁ ସାକ୍ଷୀ ରଖି ଫେରେ ନେବେ। ଏହାପୂର୍ବରୁ ଅର୍ଥାତ ଜୁଲାଇ ୩ ତାରିଖରେ ମମେରୁ ରୀତିନୀତି ସମ୍ପର୍ଣ୍ଣ ହୋଇଥିଲା। ଏହାପରେ ସଙ୍ଗୀତ, ହଳଦୀ ଓ ମେହେନ୍ଦୀ ରୀତିନୀତି ପରେ ଏବେ ବିବାହ ପାଇଁ ଗୋଟିଏ ପରେ ଗୋଟିଏ ରୀତିନୀତିରେ କାମ ଆଗକୁ ବଢ଼ି ଚାଲିଛି।

ବିବାହ ପରେ ଭ‌ୋଜିର କାର୍ଯ୍ୟକ୍ରମ ତିନିଦିନ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।