ନାରଦା ଲାଞ୍ଚ ମାମଲା: କାଲ୍‌କାଟା ହାଇକୋର୍ଟଙ୍କ ଆଦେଶକୁ ବିରୋଧ କରି ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ପ୍ରତ୍ୟାହାର କଲା ସିବିଆଇ

କୋଲ୍‌କାତା: ନାରଦା ଷ୍ଟିଙ୍ଗ୍‌ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ କ୍ୟାବିନେଟ୍‌ର ଦୁଇଜଣ ମନ୍ତ୍ରୀ ଫିର୍‌ହାଦ୍‌ ହକିମ୍, ସୁବ୍ରତ ମୁଖାର୍ଜୀ ଏବଂ ଦୁଇ ପୂର୍ବତନ ମନ୍ତ୍ରୀ ମଦନ ମିତ୍ର ଓ ଶୋଭନ ଚାଟାର୍ଜୀଙ୍କୁ ଗୃହବନ୍ଦୀ କରିବା ପାଇଁ ମେ’ ୨୧ରେ କାଲ୍‌କାଟା ହାଇକୋର୍ଟ ଆଦେଶ ଦେଇଥିଲେ। କାଲ୍‌କାଟା ହାଇକୋର୍ଟଙ୍କ ଏହି ଆଦେଶ ପରେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ସିବିଆଇ | ଗିରଫ ୪ଜଣଙ୍କୁ ଗୃହବନ୍ଦୀ ନକରାଯାଇ ଜେଲରେ ରଖାଯାଉ ବୋଲି ଆବେଦନ କରିଥିବା ବେଳେ ଆଜି ସୁପ୍ରିମକୋର୍ଟରେ ସିବିଆଇ କରିଥିବା ଆବେଦନ ପ୍ରତ୍ୟାହାର କରିନେଇଛି |

ଉଲ୍ଲେଖଯୋଗ୍ୟ, ତୃଣମୂଳ କଂଗ୍ରେସର ଉକ୍ତ ନେତାମାନଙ୍କର ଓକିଲ ଅଭିଷେକ ମନୁ ସିଂଘୱି ଗୃହବନ୍ଦୀ ଆଦେଶ ଉପରେ ରହିତାଦେଶ ପାଇଁ ନିବେଦନ କରିଥିଲେ। ସେମାନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବା ଲାଗି କାଲ୍‌କାଟା ହାଇକୋର୍ଟଙ୍କ ଖଣ୍ଡପୀଠର ବିଚାରପତି ଅରିଜିତ ବାନାର୍ଜୀ ରାଜି ହୋଇଥିଲେ। କିନ୍ତୁ, କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ୍‌ ସେମାନଙ୍କୁ ଗୃହବନ୍ଦୀ କରିବା ଲାଗି ଆଦେଶ ଦେବା ସହିତ କହିଛନ୍ତି କି, ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର ପ୍ରସଙ୍ଗ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରାଯାଉ। ତେବେ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲଙ୍କ ଗୃହବନ୍ଦୀ ଆଦେଶକୁ ବିରୋଧ କରିଥିଲା ସିବିଆଇ |

ସମ୍ବନ୍ଧିତ ଖବର