ନରସିଂହ ରାଓଙ୍କୁ ମନେ ପକାଇଲେ ସୋନିଆ, ରାହୁଲ

ମନମୋହନ ସିଂହଙ୍କ ୨୯ ବର୍ଷ ତଳର ଫଟୋ ପୋଷ୍ଟ କଲା କଂଗ୍ରେସ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ଶତବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ପୁତ୍ର ରାହୁଲ ଗାନ୍ଧି ତାଙ୍କୁ ସ୍ମରଣ କରିଛନ୍ତି। ଭାରତୀୟ ଅର୍ଥନୀତି ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ ଜଣେ ସଫଳ ପ୍ରଧାନମନ୍ତ୍ରୀ ଥିଲେ ବୋଲି ସୋନିଆ ଏବଂ ରାହୁଲ କହିଛନ୍ତି। ନରସିଂହଙ୍କ ଯୁଗାନ୍ତକାରୀ ଅର୍ଥନୈତିକ ସଂସ୍କାରକୁ ଦେଶ କେବେ ଭୁଲିବ ନାହିଁ ବୋଲି ସୋନିଆ କହିଛନ୍ତି। ସୂଚନାଯୋଗ୍ୟ, କଂଗ୍ରେସର ତେଲେଙ୍ଗାନା ୟୁନିଟ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଉଛି।

ନୂଆଦିଲ୍ଲୀ: ତତ୍କାଳୀନ ଅର୍ଥମନ୍ତ୍ରୀ ଡ. ମନମୋହନ ସିଂହଙ୍କ ୨୯ ବର୍ଷ ତଳର ଏକ କଳାଧଳା ଫଟୋକୁ କଂଗ୍ରେସ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛି। ଏହି ଫଟୋକୁ ପୋଷ୍ଟ କରି କଂଗ୍ରେସ କହିଛି, ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂହ ୧୯୯୧ରେ ଉପସ୍ଥାପନ କରିଥିବା ବଜେଟ୍‌ ଏକ ଯୁଗାନ୍ତକାରୀ ବଜେଟ ଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ଡ. ସିଂହଙ୍କ ମିଳିତ ଉଦ୍ୟମରେ ଦେଶର ଅର୍ଥନୀତିରେ ବ୍ୟାପକ ସଂସ୍କାର ଆସିପାରିଥିଲା। ଏଭଳି ଏକ ବଡ଼ ଅଥନୈତିକ ସଂସ୍କାରକୁ ଦେଶ କେବେ ବି ଭୁଲି ପାରିବ ନାହିଁ ବୋଲି କଂଗ୍ରେସ କହିଛି।

ସମ୍ବନ୍ଧିତ ଖବର