୭୩ତମ ସେନା ଦିବସରେ ନରବଣେଙ୍କ ସୂଚନା : ଏଲ୍‌ଏସିରେ ଚୀନ୍‌ ଷଡ଼ଯନ୍ତ୍ର ପଣ୍ଡ

କାଶ୍ମୀରରେ ପଶିବାକୁ ୪୦୦ ଆତଙ୍କବାଦୀ ଛକିଛନ୍ତି

ନୂଆଦିଲ୍ଲୀ : ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଏମ ଏମ ନରବଣେ ଆଜି ୭୩ତମ ସେନା ଦିବସ ଅବସରରେ ଚୀନ୍‌କୁ କଡ଼ା ବାର୍ତ୍ତା ଦେଇଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ପରିବର୍ତ୍ତନ ଆଣିବା ପାଇଁ ଚୀନ୍‌ ବଡ଼ ଷଡ଼ଯନ୍ତ୍ର କରିଥିଲା। ତେବେ ଭାରତର ଭୌଗୋଳିକ ଅଖଣ୍ଡତାକୁ ଅତୁଟ ରଖିବା ପାଇଁ ଭାରତୀୟ ସେନା ଏହାର ତୁରନ୍ତ ଜବାବ ଦେଇ ସବୁ ଷଡ଼ଯନ୍ତ୍ର ପଣ୍ଡ କରିଦେଇଛି ବୋଲି ଜେନେରାଲ ନରବଣେ କହିଛନ୍ତି। ଭାରତ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ତେବେ ଏ ପ୍ରକାର ପ୍ରତିଶ୍ରୁତିବଦ୍ଧତା ପାଇଁ କୌଣସି ଶକ୍ତି ଭାରତର ଧୈର୍ଯ୍ୟ ପରୀକ୍ଷା କରିବା ଭଳି ତ୍ରୁଟି କରନ୍ତୁ ନାହିଁ ବୋଲି ସେ ଚୀନକୁ ଚେତାଇ ଦେଇଛନ୍ତି। ପାକିସ୍ତାନ ଦ୍ବାରା ତାଲିମପ୍ରାପ୍ତ ପ୍ରାୟ ୩୦୦ରୁ ୪୦୦ ଆତଙ୍କବାଦୀ ଜମ୍ମୁ କାଶ୍ମୀରରେ ପଶିବା ପାଇଁ ଏଲ୍‌ଓସି ନିକଟରେ ଲୁଚି ରହିଛନ୍ତି ବୋଲି ଏହି ଅବସରରେ ନରବଣେ କହିଛନ୍ତି।

The Financial Express

ସୀମାରେ ଏକପାଖିଆ ପରିବର୍ତ୍ତନ ଆଣିବା ପାଇଁ ଚୀନ କରିଥିବା ଉଦ୍ୟମ ଏବଂ ପୂର୍ବ ଲଦାଖର ଗଲୱାନ ଘାଟିରେ ସହିଦ ହୋଇଥିବା ବୀରମାନଙ୍କ ତ୍ୟାଗ ବୃଥା ଯିବ ନାହିଁ। ଭାରତର ସାର୍ବଭୌମତ୍ବ ଏବଂ ସୁରକ୍ଷାକୁ ମଧ୍ୟ କୌଣସି କ୍ଷତି ପହଞ୍ଚିବାକୁ ଦିଆଯିବ ନାହିଁ । ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ଭାରତ ଓ ଚୀନ ମଧ୍ୟରେ ୮ ଥର ସାମରିକସ୍ତରୀୟ ଆଲୋଚନା ହୋଇଛି। ପାରସ୍ପରିକ ଆଲୋଚନା ମାଧ୍ୟମରେ ବର୍ତ୍ତମାନ ସ୍ଥିତିର ସମାଧାନ ଆଣିବା ଲାଗି ଆମର ଉଦ୍ୟମ ଜାରି ରହିବ ବୋଲି ଜେନେରାଲ ନରବଣେ କହିଛନ୍ତି। ପାକିସ୍ତାନ ବିରୋଧରେ ସୀମାପାର ଆତଙ୍କବାଦ ବିଷୟରେ ଉଲ୍ଲେଖ କରି ଜେନେରାଲ ନରବଣେ କହିଛନ୍ତି ଆମ ପଡ଼ୋଶୀ ଦେଶ ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ସୀମାରେ ଶତ୍ରୁମାନଙ୍କୁ କଡ଼ା ଜବାବ ଦିଆଯାଉଛି। ଭାରତ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି। ଏ ପ୍ରକାର ପ୍ରତିଶ୍ରୁତିବଦ୍ଧତା ପାଇଁ କେହି ଭାରତର ଧୈର୍ଯ୍ୟ ପରୀକ୍ଷା କରିବା ଭଳି ତ୍ରୁଟି କରନ୍ତୁ ନାହିଁ। ସ୍ଥଳ ସେନା ଦିବସ ପରେଡ୍‌ରେ ଉଦ୍‌‌ବୋଧନ ଦେଇ ସେନାମୁଖ୍ୟ ଏମ୍‌ ଏମ୍‌ ନରବଣେ ଚୀନ୍‌କୁ ଆଜି ଏହି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି।

Rediffmail

ପୂର୍ବ ଲଦାଖର ଗଲୱାନ ଘାଟିରେ ଶହୀଦ ହୋଇଥିବା ବୀରମାନଙ୍କ ତ୍ୟାଗ ବୃଥା ଯିବ ନାହିଁ। ଭାରତର ସାର୍ବଭୌମତ୍ବ ଏବଂ ସୁରକ୍ଷାକୁ ମଧ୍ୟ କୌଣସି କ୍ଷତି ପହଞ୍ଚିବାକୁ ଦିଆଯିବ ନାହିଁ ବୋଲି ନରବଣେ କହିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ଭାରତ ଓ ଚୀନ ମଧ୍ୟରେ ୮ ଥର ସାମରିକସ୍ତରୀୟ ଆଲୋଚନା ହୋଇଛି। ପାରସ୍ପରିକ ଆଲୋଚନା ମାଧ୍ୟମରେ ବର୍ତ୍ତମାନ ସ୍ଥିତିର ସମାଧାନ ଆଣିବା ଲାଗି ଆମର ଉଦ୍ୟମ ଜାରି ରହିବ ବୋଲି ଜେନେରାଲ ନରବଣେ କହିଛନ୍ତି। ପାକିସ୍ତାନ ବିରୋଧରେ ସୀମାପାର ଆତଙ୍କବାଦ ବିଷୟରେ ଉଲ୍ଲେଖ କରି ଜେନେରାଲ ନରବଣେ କହିଛନ୍ତି ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନାର ବିଶାଳ ଅଭିଯାନ ଜାରି ରହିଛି । ଗତବର୍ଷ ଅସ୍ତ୍ରବିରତି ଉଲ୍ଲଂଘନରେ ୪୪ ପ୍ରତିଶତ ବୃଦ୍ଧି ଘଟିଥିବାରୁ ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ ଏଥିରୁ ବାରି ହୋଇପଡ଼ୁଛି। ତେବେ ସେନା ଏହାର କଡ଼ା ଜବାବ ଦେଇ କାଶ୍ମୀରରେ ସୁରକ୍ଷା ସ୍ଥିତିକୁ ଅଧିକ ସୁଦୃଢ଼ କରିଛି। ୨୦୦ରୁ ଅଧିକ ଆତଙ୍କବାଦୀଙ୍କୁ ଗତବର୍ଷ ନିପାତ କରାଯାଇଛି ବୋଲି ସେନାମୁଖ୍ୟ କହିଛନ୍ତି। ଉଲ୍ଲେଖଯୋଗ୍ୟ ୧୯୪୯ ମସିହାଠାରୁ ପ୍ରତିବର୍ଷ ଜାନୁଆରି ୧୫ ତାରିଖରେ ସେନା ଦିବସ ପାଳିତ ହୋଇ ଆସୁଛି। ବ୍ରିଟିସ ସେନାମୁଖ୍ୟ ଜେନେରାଲ ସାର୍‌ ଫ୍ରାନ୍‌ସିସ ବୁଚରଙ୍କଠାରୁ ୧୯୪୯ ମସିହା ଜାନୁଆରି ୧୫ ତାରିଖରେ ଭାରତର ପ୍ରଥମ ସେନାମୁଖ୍ୟ ଭାବେ ଫିଲ୍‌ଡ ମାର୍ସଲ କେ ଏମ କାରିଆପ୍ପା ଦାୟିତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର