ନକଲି ଭିଡିଓ ଜାରି କରି ମିଛକୁ ସତ ପ୍ରମାଣିତ କରିବାକୁ ଚାହୁଁଛି ଚୀନ : ସେନାମୁଖ୍ୟ ନାରାଓ୍ବାଣେ

ନୂଆଦିଲ୍ଲୀ : ଚଳିତ ମାସ ଆରମ୍ଭରେ ଗଲଓ୍ବାନରେ ଚୀନ ସେନା ଜାରି କରିଥିବା ଭିଡିଓ ଉପରେ ବୟାନ ରଖିଛନ୍ତି ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ବାଣେ । ସେ କହିଛନ୍ତି ଯେ ଏପରି ଭିଡିଓ ଜାରି କରି ସେମାନେ ମିଛକୁ ସତ ପ୍ରମାଣିତ କରିବାକୁ ଚାହୁଁଛନ୍ତି । କିନ୍ତୁ ଆମ କ୍ଷମତା ଉପରେ ଆମର ଭରସା ରହିଛି । ଆମକୁ କୌଣସି ଘଟଣାକୁ ବଢେଇ ଚଢେଇ କହିବାକୁ ଚାହୁଁନାହୁଁ । ତେବେ ଏହା ଏକ ପୁରୁଣା ଭିଡିଓ ଓ ଏହା ସମ୍ପର୍କରେ ବିଶେଷଜ୍ଞମାନେ ନିଜର ମତ ଦେଇସାରିଛନ୍ତି ।

ପେଙ୍ଗାଙ୍ଗ ହ୍ରଦ ଉପରେ ଚୀନର ପୋଲ ନିର୍ମାଣ ସମ୍ପର୍କରେ ସେ କହିଛନ୍ତି ଯେ ଚୀନ ନିଜ ଅଞ୍ଚଳରେ ଏହା ନିର୍ମାଣ କରୁଛି । କିନ୍ତୁ ଭାରତୀୟ ସେନା ଏହା ଉପରେ ତୀକ୍ଷଣ ଦୃଷ୍ଟି ରଖିଛି ।

ଇଂରାଜୀ ଟିଭି ଚ୍ୟାନେଲ ଟାଇମ୍ସ ନାଓକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଚୀନ ଦ୍ବିପାକ୍ଷିକ ଚୁକ୍ତିଗୁଡ଼ିକୁ ଠିକଭାବେ ପାଳନ କରୁନାହିଁ । ଏହି କାରଣରୁ ସୀମାରେ ଏସବୁ ବିବାଦ ଦେଖାଦେଉଛି । କିନ୍ତୁ ଦୁଇପକ୍ଷ ମଧ୍ୟରେ ଭରସା ଫେରାଇ ଆଣିବାକୁ ଆଲୋଚନା ମାଧ୍ୟମରେ ଉଦ୍ୟମ ଜାରି ରହିଛି ।

ଅରୁଣାଚଳ ପ୍ରଦେଶର କେତେକ ସ୍ଥାନର ମାଣ୍ଡାରିନ ଭାଷାରେ ନାମକରଣ ସଂପର୍କରେ ସେନାମୁଖ୍ୟ କହିଛନ୍ତି ଯେ ଚୀନ ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ଏପରି କରୁଛି । କିନ୍ତୁ ଆମେ ପୂର୍ବରୁ ଯେଉଁଠାରେ ଥିଲୁ ଏବେ ସେଠାରେ ଅଛୁ, କୌଣସି ଅଞ୍ଚଳ ହରାଇବାର ପ୍ରଶ୍ନ ଉଠୁନାହିଁ ।

 

ସମ୍ବନ୍ଧିତ ଖବର