ସାମାଜିକ ଗଣମାଧ୍ୟମରେ ନାରାୟଣ ଦତ୍ତ ତିଓ୍ଵାରିଙ୍କ ମୃତ୍ୟୁ ଖବର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିଓ୍ଵାରିଙ୍କ ମୃତ୍ୟୁ ଖବରରେ ଆଜି ସାମାଜିକ ଗଣମାଧ୍ୟମ ଭରି ଉଠିଛି। ତାଙ୍କ ମୃତ୍ୟୁ ସଂକ୍ରାନ୍ତ ଅନିଶ୍ଚିତ ଖବର ପ୍ରସାରିତ ହେବା ପରେ ପୂର୍ବତନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳଙ୍କ ପ୍ରତି ଶୋକବାର୍ତ୍ତାମାନ ସାମାଜିକ ଗଣମାଧ୍ୟରେ ଦେଖା ଯାଉଛି।

ସମାଜବାଦୀ ପାର୍ଟିର ନେତ୍ରୀ ଜୁହି ସିଂହ ଟୁଇଟ୍‌ କରିଥିଲେ: ଗତକାଲି ନାରାୟଣ ଦତ୍ତ ତିଓ୍ଵାରି ମୃତ୍ୟୁ ବରଣ କରିଛନ୍ତି।

ସେପ୍ଟେମ୍ବର ୨୦ ତାରିଖ ଦିନ ମସ୍ତିଷ୍କାଘାତ ହେବା ପରେ ନାରାୟଣ ଦତ୍ତ ତିଓ୍ଵାରିଙ୍କୁ ଦିଲ୍ଲୀର ମ୍ୟାକ୍ସ ହସ୍‌ପିଟାଲ୍‌ରେ ଦାଖଲ କରାଯାଇଥିଲା। ନଭେମ୍ବର ୫ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। କିନ୍ତୁ, ଏକ ଗଣମାଧ୍ୟମର େଓ୍ଵବ୍‌ସାଇଟ୍‌ ରିପୋର୍ଟ ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ପରିଲକ୍ଷିତ ହୋଇଛି।

ଅକ୍ଟୋବର ୧୨ ତାରିଖ ଯାଏଁ ନାରାୟଣ ଦତ୍ତ ତିଓ୍ଵାରି ମ୍ୟାକ୍ସ୍‍ ହସ୍‌ପିଟାଲ୍‌ର ଆଇସିୟୁରେ ରହିଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବା ଯୋଗୁଁ ତାଙ୍କୁ ପୁଣି ଅକ୍ଟୋବର ୨୬ ତାରିଖ ଦିନ ଆଇସିୟୁରେ ରଖାଯାଇଥିଲା। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଛି।

ବରିଷ୍ଠ ନ୍ୟୁରୋ ସର୍ଜନ୍‌ ଜେଡି ମୁଖାର୍ଜୀ ଏବଂ କାର୍ଡିଓଲଜିଷ୍ଟ୍‍ ସୁମିତ୍‌ ସେଠୀଙ୍କ ନେତୃତ୍ୱରେ ଦଳେ ଡାକ୍ତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ନାରାୟଣ ଦତ୍ତ ତିଓ୍ଵାରିଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧିତ ଖବର