କଂଗ୍ରେସକୁ ଫେରିବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ!

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ନାରାୟଣ ରାଣେ ପୁଣି କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ସଙ୍କେତ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ବାଲା ସାହେବ ଥୋରାତ୍‌ ଦେଇଛନ୍ତି। ସେ ଗତକାଲି ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଏଭଳି ମତ ରଖିଛନ୍ତି। ଥୋରାତ୍‌ କହିଛନ୍ତି ଯେ ନାରାୟଣ ରାଣେ ନିଜର ଭୁଲ ବୁଝିପାରିଛନ୍ତି। ରାଣେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେବା ଏକ ଭୁଲ୍‌ ଥିଲା ବୋଲି ସେ କୁଆଡ଼େ ତାଙ୍କୁ କହିଥିବା କହିଛନ୍ତି ଥୋରାତ୍‌।
ଥୋରାତ୍‌ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ଛାଡ଼ି ଅନ୍ୟଦଳକୁ ଯାଇଥିବା ଅନ୍ୟ କେତେକ ନେତା ପୁଣି କଂଗ୍ରେସକୁ ଫେରୁଥିବାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି ବୋଲି ସେ କହିଛନ୍ତି।

ବିଶେଷଜ୍ଞଙ୍କ ମତ ଅନୁସାରେ ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନରେ ମରାଠା ସମାଜକୁ ୧୬ ପ୍ରତିଶତ ସଂରକ୍ଷଣ ଦେଇ ଭୋଟରମାନଙ୍କୁ ପ୍ରଲୋଭିତ କରିବ। କଂଗ୍ରେସ-ଏନସିପି ସରକାରରେ ନାରାୟଣ ରାଣେ ସମିତି ହିଁ ପ୍ରଥମେ ଏହି ପ୍ରସଙ୍ଗ ଉତଥାପନ କରିଥିଲା। ଯଦି ତାହା ଘଟେ,ତେବେ ଖୁବ୍‌ଶୀଘ୍ର ନାରାୟଣ ରାଣେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବେ ବୋଲି ମଧ୍ୟ କୁହାଯାଉଛି। ଆହୁରି ମଧ୍ୟ କୁହାଯାଉଛି ଯେ,ରାଣେ କଂଗ୍ରେସକୁ ନ ଫେରି ନିଜର ପାର୍ଟି ମହାରାଷ୍ଟ୍ର ସ୍ୱାଭିମାନ ପାର୍ଟିକୁ ସକ୍ରିୟ କରିବେ।

ସମ୍ବନ୍ଧିତ ଖବର