ସୁରଟ: ସୁରଟର ଲାଜପୋର ଜେଲରେ ଥିବା ନାରାୟଣ ସାଇକୁ ସୀମିତ ସମୟ ପାଇଁ ଜାମିନ ମିଳିଛି। ଗୁଜୁରାଟ ହାଇକୋର୍ଟ ନାରାୟଣ ସାଇକୁ କେତେକ ସର୍ତ୍ତ ସହ ଜାମିନ ପ୍ରଦାନ କରିଛନ୍ତି। ଦୁଷ୍କର୍ମ ଅଭିଯୋଗରେ ଯୋଧପୁର ଜେଲରେ ଥିବା ତାଙ୍କ ପିତା ଆଶାରାମଙ୍କୁ ଭେଟିବା ପାଇଁ ଗୁଜରାଟ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । 

Advertisment

ସେ ଯୋଧପୁର ଜେଲରେ ସେ ଆଶାରାମଙ୍କୁ ୪ ଘଣ୍ଟା ଧରି ଭେଟିପାରିବେ। ଆଶାରାମ ବାପୁ ଗତ ୧୧ ବର୍ଷ ହେବ ଯୋଧପୁର ଜେଲରେ ଅଛନ୍ତି, ଯେଉଁଥିପାଇଁ ନାରାୟଣ ସାଇ ତାଙ୍କୁ ଭେଟିପାରିନାହାନ୍ତି । ତେଣୁ ମାନବିକତା ଦୃଷ୍ଟିରୁ ନାରାୟଣ ସାଇ ତାଙ୍କ ବାପାଙ୍କୁ ଭେଟିବା ପାଇଁ କରିଥିବା ଆବେଦନକୁ ଗୁଜୁରାଟ ହାଇକୋର୍ଟ ଗ୍ରହଣ କରିଛନ୍ତି। 

ଜାମିନ ମିଳିବା ପରେ ନାରାୟଣ ସାଇକୁ ଏକ ବିଶେଷ ବିମାନରେ ଯୋଧପୁର ଅଣାଯିବ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାକୁ ଯୋଧପୁର ଅଣାଯିବ । ଏହି ସମୟରେ ତା ସହ ଜଣେ ଏସିପି, ଜଣେ ପିଆଇ, ୨ ଜଣେ ହେଡ କନଷ୍ଟେବଳ ଓ ୨ ଜଣ କନଷ୍ଟେବଳ ରହିବେ । 
ଏହି ଯାତ୍ରା ଖର୍ଚ୍ଚ ବାବଦରେ ସଚିନ ଥାନାରେ ୫ ଲକ୍ଷ ଟଙ୍କା ଦାଖଲ କରିବାକୁ କୋର୍ଟ ନାରାୟଣ ସାଇକୁ ନିର୍ଦ୍ଦେଶ ଦେଇଛନ୍ତି। ଥାନାରେ ଟଙ୍କା ଜମା ହେବା ପରେ ସରକାର ଯାତ୍ରା ସମୟ ସମ୍ପର୍କରେ ନିଷ୍ପତ୍ତି ନେବେ।