ବିଜେପିରେ ଯୋଗ ଦେଲେ ନାରାୟଣ ରାଣେ

କାଙ୍କାଭିଲି: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହା ସହିତ ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ମହାରାଷ୍ଟ୍ର ସ୍ବାଭିମାନ ପକ୍ଷ’ (ଏମ୍‌ଏସ୍‌ପି) ଦଳ ମଧ୍ୟ ବିଜେପିରେ ବିଲୀନ ହୋଇଛି। ରାଣେଙ୍କ ଜ୍ୟେଷ୍ଠ ପୁତ୍ର ତଥା ପୂର୍ବତନ ସାଂସଦ ନୀଲେଶ, କନିଷ୍ଠ ପୁତ୍ର ନିତେଶ ଏବଂ ତାଙ୍କର ସମର୍ଥକମାନେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‌ନାଭିସଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି। ନାରାୟଣ ରାଣେ ୧୯୯୯ ମସିହାରେ ବିଜେପି-ଶିବସେନା ମେଣ୍ଟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧିତ ଖବର