ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ଭାଙ୍ଗିଯିବ ମହାବିକାଶଅଘାଡି ସରକାର: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାବିକାଶଅଘାଡି ସରକାରକୁ ହଟାଇବା ପାଇଁ ବିଜେପି ଅନେକ ଥର ଷଡଯନ୍ତ୍ର କରୁଛି ବୋଲି ଏନସିପି, କଂଗ୍ରେସ ଓ ଶିବସେନା ଦାବି କରିଆସୁଛନ୍ତି | ତେବେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ତଥା ମହାରାଷ୍ଟ୍ର ବିଜେପି ନେତା ନାରାୟଣ ରାଣେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଭାଙ୍ଗିଯିବ ବୋଲି ସେ ଦାବି କରିଛନ୍ତି। ଏହା ପରେ ବିଜେପି ରାଜ୍ୟରେ ସରକାର ଗଠନ କରିବ। କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ କହିଛନ୍ତି ଯେ ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରର ମହାବିକାଶଅଘାଡି ସରକାରର ପତନ ହେବ।

ରାଜ୍ୟରେ ବିଜେପି ସରକାର ଗଠନ ହେବ। ସେ କହିଛନ୍ତି ଯେ ଯଦି ବିଜେପି ସରକାର ଆସେ ତେବେ ଆପଣ ଆଶା କରୁଥିବା ପରିବର୍ତ୍ତନ ଦେଖିବେ। ରାଣେ କହିଛନ୍ତି ଯେ ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ମାର୍ଚ୍ଚ ସୁଦ୍ଧା ସରକାର ଗଠନ କରିବାକୁ କହିଛନ୍ତି ଓ ଆମର ଉଦ୍ୟମ ହେଉଛି ତାଙ୍କ ଇଛାକୁ କିଭଳି ପୂରଣ କରାଯିବ। ମୁଁ କେମିତି ସରକାର ଗଠନ ହେବ ତାହାର ଗହନ କଥା କହିବାକୁ ଚାହେଁ ନାହିଁ। ସରକାରକୁ ହଟାଇବା ଏବଂ ଏକ ନୂତନ ସରକାର ଗଠନ ପାଇଁ କିଛି କଥାକୁ ଗୁପ୍ତ ରଖିବାକୁ ପଡିବ। ଯଦି ଆମେ ସବୁକିଛି କହିଦେବୁ, ତେବେ ସରକାର ଗଠନ ପାଇଁ ଏକ ମାସ କିମ୍ବା ଅଧିକ ସମୟ ଲାଗିପାରେ |

ସୂଚନା ମୁତାବକ ମହାବିକାଶଅଘାଡି ସରକାରକୁ ନେଇ ଅନେକ ଶିବସେନା ନେତା ଖପ୍ପା ଅଛନ୍ତି | ମହାରାଷ୍ଟ୍ର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଶିବସେନାର କିଛି ଅସନ୍ତୁଷ୍ଟ ତଥା ଉଦ୍ଧବ ଠାକରେଙ୍କ ଜଣେ ଘନିଷ୍ଠ ନେତାମାନଙ୍କୁ ଭେଟିଛନ୍ତି । ଆଉ ଏହା ପରେ ଚନ୍ଦ୍ରକାନ୍ତ ପାଟିଲ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ବିଜେପି ମୁଖ୍ୟାଳୟରେ ସଂଗଠନ ମନ୍ତ୍ରୀ ବି.ଏଲ୍ ସନ୍ତୋଷଙ୍କୁ ଭେଟିଛନ୍ତି।

ସମ୍ବନ୍ଧିତ ଖବର