ବଂଶଧାରା ଟ୍ରିବ୍ୟୁନାଲରେ ନେରେଡି ପ୍ରକଳ୍ପ

ନୁଆଦିଲ୍ଲୀ : ନେରେଡି ବ୍ୟାରେଜ ପ୍ରକଳ୍ପ ପାଇଁ ୧୦୬ ଏକର ଜମି ଅଧିଗ୍ରହଣ ମାମଲାର ବିଚାର ପ୍ରକ୍ରିୟା ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲରେ ଶେଷ ହୋଇଛି। ଏହି ଜମି ଅଧିଗ୍ରହଣ କରି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ୨୦୧୭ରେ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ। ତେବେ ଓଡ଼ିଶା ଏହାର ବି‌ରୋଧ କରିବା ସହିତ ଏସଂପର୍କରେ କିଛି ସ୍ପଷ୍ଟୀକରଣ ଲୋଡ଼ିଥିଲା। କେନ୍ଦ୍ର ସରକାର ମଧ୍ୟ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଦୁଇଟି ଯାକ ସ୍ପଷ୍ଟୀକରଣ ଆବେଦନକୁ ବଂଶଧାରା ଟ୍ରିବ୍ୟୁନାଲ ସୋମବାର କିଛି ସ୍ପଷ୍ଟିକରଣ ସହ ଡିସପୋଜ ଅଫ୍ କରିଦେଇଛନ୍ତି।

ନେରେଡି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆଦେଶ ବିରୋଧରେ ଓଡିଶା ସୁପ୍ରିମକୋର୍ଟରେ ଏସଏଲପି ଦାଖଲ କରିଛି ଏବଂ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ସୁପ୍ରିମକୋର୍ଟଙ୍କ ରାୟ ଉପରେ ସବୁକିଛି ନିର୍ଭର କରୁଛି ବୋଲି କହିଛନ୍ତି ଟ୍ରିବ୍ୟୁନାଲ। ଆଜି ଭିଡିଓ କନଫରେନସିଂ ଜରିଆରେ ଡକ୍ଟର ମୁକୁନ୍ଦକମ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆା ଟ୍ରିବ୍ୟୁନାଲ ଓଡିଶା ଓ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ନିଜର ମତାମତ ରଖିବା ସହିତ ଆବେଦନକୁ ଡିସପୋଜ କରିଦେଇଥିଲେ।

ସମ୍ବନ୍ଧିତ ଖବର