ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ଠାରୁ ‘ଅଖିଳ ଭାରତୀୟ ଆଖଡ଼ା ପରିଷଦ୍’ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲା ଗ୍ରହଣ କରିବା ପରେ ଆଜି ‘ସିବିଆଇ’ ‘ଏଫ୍ଆଇଆର୍’ ଫାଇଲ୍ କରିଛି।
ସୋମବାର ଦିନ ବାଘମ୍ବରୀ ଗଦ୍ଦୀସ୍ଥିତ ଆପଣା କକ୍ଷରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ମୃତ୍ୟୁ ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ କରିବାରୁ ଉକ୍ତ ‘ଏଫ୍ଆଇଆର୍’ ଫାଇଲ୍ କରାଯାଇଛି।
/sambad/media/post_attachments/wp-content/uploads/2021/09/Narendra-Giri-1.jpg) Image Courtesy of India Today
 Image Courtesy of India Todayତଦନ୍ତ ନିମନ୍ତେ ‘ସିବିଆଇ’ର ଦିଲ୍ଲୀ ମୁଖ୍ୟାଳୟରୁ ଏକ ୬ଜଣିଆ ଟିମ୍ ପ୍ରୟାଗରାଜ ଅଭିମୁଖେ ଯାଇଥିବା କଥା ବିଷେଶସୂତ୍ରରୁ ଜଣାପଡ଼ିଛି। ‘ସିବିଆଇ’ର ‘ସ୍ପେସାଲ୍ କ୍ରାଇମ୍ ୟୁନିଟ୍’ ଏହି ମାମଲାର ତଦନ୍ତ କରିବ ଏବଂ ତଦନ୍ତ ନିମନ୍ତେ ୬ଜଣିଆ ଟିମ୍ ଗଠନ କରାଯିବ ବୋଲି ପୂର୍ବରୁ ସୂଚନା ମିଳିଥିଲା।
/sambad/media/post_attachments/wp-content/uploads/2021/09/ng.jpg) Image Courtesy of Daily Motion
 Image Courtesy of Daily Motionଉତ୍ତର ପ୍ରଦେଶ ପୁଲିସ କରିଥିବା ତଦନ୍ତ ଅନୁସାରେ, ସୋମବାର ଦିନ ମଧ୍ୟହ୍ନ ଭୋଜନ ପରେ ୭୨ ବର୍ଷିୟ ମହନ୍ତ ତାଙ୍କ କକ୍ଷକୁ ପ୍ରବେଶ କରିଥିବା ଦେଖାଯାଇଥିଲା। ସନ୍ଧ୍ୟାବେଳେ ଶିଷ୍ୟମାନେ ତାଙ୍କ କବାଟ ବାଡ଼େଇବାରୁ ଭିତରୁ କୌଣସି ଜବାବ ମିଳି ନ ଥିଲା। ତାଙ୍କ ମୋବାଇଲ୍ ଫୋନ୍କୁ ବାରମ୍ବାର କଲ୍ କରିବା ସତ୍ତ୍ବେ ଉତ୍ତର ନ ମିଳିବାରୁ ଶିଷ୍ୟମାନେ କବାଟ ତାଡ଼ି କୋଠରି ମଧ୍ୟକୁ ପ୍ରବେଶ କରିଥିଲେ। ଭିତରେ ନରେନ୍ଦ୍ର ଗିରି କୋଠରି ‘ସିଲିଂ’ରୁ ଫାଶୀ ଦେବା ଅବସ୍ଥାରେ ଝୁଲି ରହିଥିବା ସେମାନେ ଦେଖିଥିଲେ।
ଏହାଛଡ଼ା, କୋଠରି ମଧ୍ୟରୁ ତାଙ୍କ ହସ୍ତଲିଖିତ ଏକ ‘ଆତ୍ମହତ୍ୟା ଚିଟାଉ’ ମଧ୍ୟ ମିଳିଥିବା କୁହାଯାଉଛି। ସେଥିରେ ଗିରି ତାଙ୍କ ଇଚ୍ଛା ଏବଂ ତାଙ୍କୁ ହଇରାଣ କରୁଥିବା ଗୁଡ଼ାଏ ବ୍ୟକ୍ତିଙ୍କ ନାଁ ଲେଖିଥିଲେ। ‘ମୁଁ ସସମ୍ମାନ ବଞ୍ଚିଥିଲି, ଅସମ୍ମାନ ହେତୁ ବଞ୍ଚିପାରିବି ନାହିଁ ବୋଲି ଜୀବନ ହାରୁଛି ବୋଲି ୮ପୃଷ୍ଠା ସମ୍ବଳିତ ଉକ୍ତ ଚିଟାଉରେ ଗିରି ଲେଖିଥିବା କଥା ପୁଲିସ କହିଥିଲା।
ମହନ୍ତ ଗିରିଙ୍କ ଆତ୍ମହତ୍ୟାର କାରଣ ବୋଲି ଚର୍ଚ୍ଚା ହେଉଥିବା ସନ୍ଦୀପ ତିୱାରିଙ୍କ ସମେତ ଆନନ୍ଦ ଗିରି ଓ ଆଧ୍ୟା ପ୍ରସାଦ ନାମକ ଦୁଇ ଶିଷ୍ୟଙ୍କୁ ଉତ୍ତର ପ୍ରଦେଶ ପୁଲିସ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/CBI-Files-FIR-on-Narendra-Giri-Death-Case_Thumbnail.jpg)
