ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିବାର ଅର୍ଥ ଏକ ନିର୍ବାଚିତ ସରକାରଙ୍କୁ ସମାଲୋଚନା କରିବା ନୁହେଁ ବୋଲି ଆଜି ସୁପ୍ରିମକୋର୍ଟରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ କହିଛନ୍ତି। ଏଥି ସହିତ ଏକ ଗଣତନ୍ତ୍ରରେ ନିଜର ମତ ପ୍ରକାଶ କରିବା ପାଇଁ ତାଙ୍କୁ ରାଜଦ୍ରୋହ ଅପରାଧରେ ଦଣ୍ଡିତ କରାଯାଇପାରିବ ନାହିଁ ବୋଲି ଶ୍ରୀ ଦୁଆ କହିଛନ୍ତି। ସୂଚନା ଥାଉ କି, ନରେନ୍ଦ୍ର ମୋଦୀ ଭୋଟ ହାତେଇବା ପାଇଁ ମୃତ୍ୟୁ ଓ ଆତଙ୍କବାଦୀ ଆକ୍ରମଣକୁ ବ୍ୟବହାର କରିଥିଲେ ଏବଂ କୋଭିଡ୍-୧୯ ପାଇଁ ସରକାରଙ୍କର ଯଥେଷ୍ଟ ସୁବିଧା ଉପଲବ୍ଧ ନଥିବାର ମିଥ୍ୟା ସୂଚନା ପ୍ରଚାର କରି ମୋଦୀ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲେ ବୋଲି ଗତ ମାର୍ଚ୍ଚ ୩୦ ତାରିଖର ଏକ ଭିଡିଓରେ ଶ୍ରୀ ଦୁଆ କହୁଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ଜଣେ ବିଜେପି ନେତାଙ୍କ ଅଭିଯୋଗ କ୍ରମେ ହିମାଚଳପ୍ରଦେଶ ପୁଲିସ ବିନୋଦଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିଥିଲା।
ମୋଦୀଙ୍କୁ ସମାଲୋଚନା କରିବା ରାଜଦ୍ରୋହ ନୁହେଁ: ବିନୋଦ ଦୁଆ
/sambad/media/post_attachments/wp-content/uploads/2020/08/pm-modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)