ନ୍ୟୁୟର୍କ: ଫୋବ୍ସ୍ ପତ୍ରିକା ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୧୦ କ୍ଷମତାଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନିତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ତାଲିକାରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ସ୍ଥାନଚ୍ୟୁତ କରାଇ ପ୍ରଥମ ସ୍ଥାନରେ ରହିଛନ୍ତି ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ୍।
ବିଶ୍ୱକୁ ଓଲପାଟ କରିପାରିଥିବା ବିଶ୍ୱର ସବୁଠୁ ଶ୍ରେଷ୍ଠ ୭୫ ଜଣ ବ୍ୟକ୍ତିଙ୍କ ତାଲିକାରେ ନରେନ୍ଦ୍ର ମୋଦି ୯ ନମ୍ବରରେ ସ୍ଥାନୀତ ହୋଇଛନ୍ତି।
ଫୋବ୍ସ୍ କହିଛି: ପୃଥିବୀ ଗ୍ରହରେ ପ୍ରାୟ ୭. ୫ କୋଟି ଲୋକ ଅଛନ୍ତି, କିନ୍ତୁ ଏଇ ୭୫ ଜଣ ପୁରୁଷ ଓ ମହିଳା ବିଶ୍ୱକୁ ଓଲଟ ପାଲଟ କରି ଦେଇ ପାରିଛନ୍ତି। ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟକଳାପକୁ ଚାହିଁ ବର୍ଷକୁ ବର୍ଷ ପ୍ରତି ୧୦୦ ନିୟୁତ ଲୋକରେ ଫୋବ୍ସ୍ ଜଣେ ଲୋକଙ୍କୁ ଚୟନ କରେ।
/sambad/media/post_attachments/wp-content/uploads/2018/05/mukesh-300x158.jpg)
୬୭ ବର୍ଷିୟ ମୋଦି ଫେସ୍ବୁକ୍ର ସିଇଓ ମାର୍କ ଜୁକର୍ବର୍ଗ, ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ତେରେଟା ମେ, ଚୀନ୍ ପ୍ରଧାନମନ୍ତ୍ରୀ ଲି କେକ୍ୱିୟାଙ୍ଗ୍ ଏବଂ ଆପଲ୍ ସିଇଓ ଟିମ୍ କୁକ୍ଙ୍କ ଠାରୁ ଆଗରେ ଅଛନ୍ତି।
ଏହି ତାଲିକାରେ ସ୍ଥାନ ପାଇଥିବା ଅନ୍ୟ ଜଣେ ମାତ୍ର ଭାରତୀୟ ହେଉଛନ୍ତି ମୁକେଶ ଅମ୍ବାନି। ତାଲିକାରେ ତାଙ୍କର ସ୍ଥାନ ରହିଛି ୩୨ ନମ୍ବରରେ।
ଫୋବ୍ସ୍ କହିଛି: ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ରରେ ମୋଦି ଖୁବ୍ ଜନପ୍ରିୟ ହୋଇ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/narendra-modi.jpg)