ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ପଛରେ ପକାଇ ଫେସ୍‌ବୁକ୍‌ରେ ‘ମୋଷ୍ଟ ପପୁଲାର ଓ୍ଵାଲର୍ଡ ଲିଡର’ ବନିଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଫେସ୍‌ବୁକ୍‌ରେ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପକୁ ପଛରେ ପକାଇଥିବା ଜଣାପଡ଼ିଛି । ଟ୍ରମ୍ପଙ୍କୁ ପଛରେ ପକାଇବା ସହ ସେ ଏବେ ବିଶ୍ୱର ବହୁ ଚର୍ଚ୍ଚିତ  ପାଲଟି ଯାଇଛନ୍ତି । ଫେସ୍‌ବୁକ୍‌ରେ ତାଙ୍କୁ ‘ମୋଷ୍ଟ ପପୁଲାର ଓ୍ଵାଲର୍ଡ ଲିଡର’ ଟ୍ୟାଗ୍‌ ଦିଆ ଯାଇଥିବା ବେଳେ ଟ୍ରମ୍ପଙ୍କଠାରୁ ବହୁ ଆଗରେ ରହିଛନ୍ତି ମୋଦୀ ।

Firstpost

ସୂଚନା ମୁତାବକ, ଫେସ୍‌ବୁକ୍‌ରେ ମୋଦୀଜୀ ନିଜ ବ୍ୟକ୍ତିଗତ ପେଜ୍‌ରେ ୪୩.୫ମିଲିୟନ ଲାଇକ୍ସ ଏବଂ ଅଧିକାରୀକ ପେଜ୍‌ରେ ୧୩.୭ମିଲିୟନ ଲାଇକ୍ସ ପାଇ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ପାଲଟି ଯାଇଛନ୍ତି । ମୋଦୀଙ୍କ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କ ନାଁ ରହିଛି । ଡୋନାଲଡ୍‌ ଟ୍ରମ୍ପଙ୍କ ବ୍ୟକ୍ତିଗତ ପେଜ୍‌ରେ ୨୩ମିଲିୟନ ଲାଇକ୍ସ ମିଳିଥିବା ବେଳେ ତାଙ୍କ ତଳେ ରହିଛି ଜୋର୍ଡାନର ମହାରାଣୀ ରାନିଆଙ୍କ ନାଁ । ମହାରାଣୀ ରାନିଆଙ୍କ ବ୍ୟକ୍ତିଗତ ପେଜ୍‌ରେ ତାଙ୍କୁ ୧୬.୯ ମିଲିୟନ ଲାଇକ୍ସ ମିଳିଥିବା ଜଣାପଡ଼ିଛି । ଏହି ସୂଚନା ‘୨୦୧୯ ଓ୍ଵାଲର୍ଡ ଲିଡର୍ସ ଅନ୍‌ ଫେସ୍‌ବୁକ୍‌’ ତରଫରୁ ଦିଆ ଯାଇଛି ।

ସମ୍ବନ୍ଧିତ ଖବର