କଂଗ୍ରେସର ଜନସଂକଳ୍ପ ସମାବେଶ ବାତିଲ, ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଦେବେ ଉଦ୍‌ବୋଧନ

ନୂଆଦିଲ୍ଲୀ: ଭାରତ-ପାକ୍‌ ମଧ୍ୟରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ହେତୁ କଂଗ୍ରେସ ଗୁଜୁରାଟର ଅଡାଲଜରେ ହେବାକୁ ଥିବା ଜନ ସଂକଳ୍ପ ରାଲିକୁ ସୁରକ୍ଷା କାରଣରୁ ବାତିଲ କରିଦେଇଛି। କଂଗ୍ରେସ କମିଟିର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଏ ସଂପର୍କରେ ଟ୍ୟୁଟରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ନିରାପତ୍ତା ଦୃଷ୍ଟିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅହମ୍ମଦବାଦ୍‌ ଓ ଗାନ୍ଧୀ ନଗରରରେ ହେବାକୁ ଥିବା କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ଓ ଜନସଂକଳ୍ପ ସମାବେଶକୁ ବାତିଲ କରିଛନ୍ତି।


ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିପ୍ରହର ୧୨ ଟା ସମୟରେ ଦେଶସାରା ଥିବା ଏକ କୋଟିରୁ ଅଧିକ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା, ସ୍ୱେଚ୍ଛାସେବୀ ଓ ଅନ୍ୟାନ୍ୟ ବିଶିଷ୍ଟ ନାଗରିକମାନଙ୍କୁ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଉଦ୍‌ବୋଧନ ଦେବେ। ଏହି ଭିଡିଓ କନ୍‌ଫରେନ୍‌ସ ଭାରତୀୟ ଜନତା ପାର୍ଟିର ୧୪ହଜାର ମଣ୍ଡଳ,୮୯୬ ଜିଲ୍ଲା ଓ ମହାନଗରରେ ଆୟୋଜିତ ହେଉଛି। ଏହାକୁ ବିଶ୍ୱର ସବୁଠାରୁ ବଡ଼ ଭିଡ଼ିଓ କନ୍‌ଫରେନ୍‌ସିଂ ବୋଲି ଦଳ ପକ୍ଷରୁ ଦାବି କରାଯାଉଛି।

ସମ୍ବନ୍ଧିତ ଖବର