ମୋଦୀଙ୍କୁ ମମତାଙ୍କ ଜନ୍ମଦିନ ଅଭିନନ୍ଦନ

ଦିଲ୍ଲୀରେ ଆଜି ଭେଟିବେ ମମତା ‘ଦିଦି’ କହି ଧନ୍ୟବାଦ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଜନ୍ମଦିନ ଅବସରରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଂରାଜୀ ଏବଂ ବଂଗଳା ଭାଷାରେ ଟ୍ବିଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉଭୟ ଭାଷାରେ ଟ୍ବିଟ୍‌ କରି ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ମମତାଙ୍କୁ ଦିଦି ସମ୍ବୋଧନ କରି ଟ୍ବିଟ୍‌ କରିଛନ୍ତି। ଆସନ୍ତାକାଲି ଅପରାହ୍ନରେ ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିବା ଯୋଜନା ରହିଛି। ରାଜ୍ୟର ନାମ ପରିବର୍ତ୍ତନ ଏବଂ ଅନ୍ୟ ଆର୍ଥିକ ସହାୟତା ପ୍ରସଙ୍ଗରେ ମମତା ମୋଦୀଙ୍କ ସହ ଆଲୋଚନା କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦା ବେନଙ୍କୁ ମଂଗଳବାର କୋଲକାତା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଭେଟୁଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଶୋଦାବେନ ଝାଡ଼ଖଣ୍ଡର ଧାନବାଦରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏହି ଅବସରରେ ଯଶୋଦା ବେନ୍‌ଙ୍କୁ ମମତା ଶାଢ଼ୀ ଉପହାର ଦେଇଥିଲେ।

ସମ୍ବନ୍ଧିତ ଖବର