ହୃଦ୍‌ଘାତରେ ମୃତ୍ୟୁବରଣ କଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହଲାଦ ମୋଦୀଙ୍କ ପତ୍ନୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଇ ପ୍ରହଲାଦ ମୋଦୀଙ୍କ ପତ୍ନୀ ଭଗବତୀ ବେନଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ୫୫ବର୍ଷ ହୋଇଥିବା ବେଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିଛି । ଦୀର୍ଘ ସମୟ ଧରି ଭଗବତୀ ବେନ ରୋଗଗ୍ରସ୍ଥ ଥିବା ସହ ଅହମଦାବାଦର ଏକ ଡ଼ାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା ।

www.jagran.com

ତାଙ୍କର ରକ୍ତଚାପ, କିଡ୍‌ନୀ ସମସ୍ୟା, ମଧୁମେହ ସହ ଜଡ଼ିତ ଶାରୀରିକ ସମସ୍ୟା ଥିବାରୁ ତାଙ୍କ ଶରୀରର ଅଙ୍ଗ ଅଚଳ ହୋଇ ଯାଇଥିଲା । ଏହା ପରେ କିଛି ଦିନର ଚିକିତ୍ସା ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଥିଲା । ଦେହାନ୍ତ ହେବା ପରେ ପରେ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରାଯାଇ ସାରିଥିବା ଜଣା ପଡ଼ିଛି । କିଛି ଦିନ ତଳେ ପ୍ରହଲାଦ ମୋଦୀ ନିଜ ଭାଇ ନରେନ୍ଦ୍ର ମୋଦୀଙ୍କ ବିଷୟରେ କହିବାକୁ ଯାଇ, ତାଙ୍କ ସହ କମ ଦେଖା ହେବା ସହ କଥାବାର୍ତ୍ତା ମଧ୍ୟ ହେଉ ନଥିବା କହିଥିଲେ । ରାଜନୀତିକୁ ଆସିବାର କିଛି ସମୟ ପୂର୍ବରୁ ହିଁ ନିଜ ପରିବାରକୁ ଛାଡ଼ି ଦେଇଥିଲେ ନରେନ୍ଦ୍ର ମୋଦୀ ।

ସମ୍ବନ୍ଧିତ ଖବର