ସମର୍ଥକଙ୍କୁ ଗିରଫ କରିଥିବାରୁ ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ

ନୂଆଦିଲ୍ଲୀ: ସମର୍ଥକଙ୍କୁ ଗିରଫ କରିବାରୁ ବିମାନବନ୍ଦର ବାହାରେ ଧାରଣାରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇ ପ୍ରହ୍ଲାଦ ମୋଦୀ | ପ୍ରହ୍ଲାଦ ମୋଦୀ ବୁଧବାର ଲଖନଉ ବିମାନବନ୍ଦର ବାହାରେ ଧାରଣା ଦେଇଥିବାବେଳେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଗ୍ରହଣ କରିବାକୁ ଆସିଥିବା ତାଙ୍କ ସମର୍ଥକଙ୍କୁ ପୁଲିସ ଗିରଫ କରିଛି। ସେ କହିଥିଲେ ଯେ “ଆଜି ମୁଁ ପ୍ରୟାଗରାଜ ଯାଇଥାନ୍ତି ଏବଂ ଗତକାଲି(ମଙ୍ଗଳବାର) ଠାରୁ ମୋର କାର୍ଯ୍ୟକ୍ରମ ଜାରି ରହିଛି। ମୋର ସମର୍ଥକମାନେ ଜେଲରେ ରହିବେ, ଆଉ ମୁଁ କାର୍ଯ୍ୟକ୍ରମକୁ ଯିବା ଠିକ ହେବ ନାହିଁ | ତେଣୁ ମୁଁ ଏଠାରେ (ଲଖନଉ ବିମାନବନ୍ଦର) ବାହାରେ ବସିବାକୁ ନିଷ୍ପତ୍ତି ନେଇଛି | ମୋ ସମର୍ଥକଙ୍କୁ ନ ଛାଡିବା ଯାଏଁ ମୁଁ ଆମରଣ ଅନଶନ କରିବି’ |

ପ୍ରହ୍ଲାଦ ମୋଦୀ ଆହୁରି କହିଛନ୍ତି,ଯେ “ଯେତେବେଳେ ମୁଁ ପୁଲିସକୁ ପଚାରିଲି ଏହା କାହିଁକି କରାଗଲା, ସେମାନେ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶରେ ଏପରି ହୋଇଛି | ମୁଁ ସେମାନଙ୍କୁ ଆଦେଶର ଏକ କପି ଦେଖାଇବାକୁ କହିଲି, କିନ୍ତୁ ସେମାନେ ଦେଖାଇନଥିଲେ ‘। ସୂଚନା ଅନୁଯାୟୀ ବିମାନବନ୍ଦର ପରିସର ହାଇ-ସିକ୍ୟୁରିଟି ଜୋନ ହୋଇଥିବାବେଳେ ପ୍ରହ୍ଲାଦଙ୍କୁ ପାଛୋଟି ନେବା ପାଇଁ ଶତାଧିକ ସମର୍ଥକ ଜମା ହୋଇଥିଲେ | ଆଉ ସେଥିପାଇଁ ଧାରା ୧୪୪ କୁ ଉଲ୍ଲଂଘନ କରିଥିବାରୁ ପ୍ରହ୍ଲାଦ ମୋଦୀଙ୍କ ସମର୍ଥକଙ୍କୁ ଗିରଫ କରାଯାଇଥିଲା। ତେବେ ବର୍ତ୍ତମାନ ସେମାନଙ୍କୁ ବର୍ତ୍ତମାନ ମୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର