ମୋଦୀଙ୍କୁ ପୁଣି ଟାର୍ଗେଟ କଲେ ସିଦ୍ଧୁ : ଆସିଥିଲେ ଗଙ୍ଗା ମାତାର ପୁଅ ହୋଇ, ଯିବେ ରାଫେଲର ଏଜେଣ୍ଟ ହୋଇ…

ନୂଆଦିଲ୍ଲୀ : କିଛି ଦିନ ତଳେ କଂଗ୍ରେସର ଷ୍ଟାର ପ୍ରଚାରକ ନବ୍‌ଜୋତ ସିଂହ ସିଦ୍ଧୁଙ୍କ ଗଳା ଖରାପ ଥିବା ନେଇ ଖବର ମିଳିଥିଲା । ପ୍ରଚାର କରି କରି ତାଙ୍କ ଗଳା ଖରାପ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପରଦିନ ତାଙ୍କ ପତ୍ନୀ, କଂଗ୍ରେସ ସିଦ୍ଧୁକୁ ପ୍ରଚାର ପାଇଁ ଡ଼ାକୁ ନାହିଁ ବୋଲି କହି ସମସ୍ତଙ୍କୁ ଚମକାଇ ଦେଇଥିଲେ । ତେବେ ଏତେ ସବୁ ଚର୍ଚ୍ଚା ମଧ୍ୟରେ ସିଦ୍ଧୁ ପୁଣି ଥରେ ମୋଦୀଙ୍କୁ ଟର୍ଗେଟ କରିଛନ୍ତି । ହିମାଚଳ ପ୍ରଦେଶକୁ ଦଳର ପ୍ରଚାର କରିବାକୁ ଯାଇଥିବା ବେଳେ ସେ ମୋଦୀଙ୍କୁ କଟାକ୍ଷ କରିଥିବା ଦେଖା ଯାଇଛି ।

୨୦୧୪ରେ ମୋଦୀ ମାତା ଗଙ୍ଗାଙ୍କ ପୁଅ ହୋଇ ଆସିଥିଲେ । କିନ୍ତୁ ୨୦୧୯ରେ ରାଫେଲର ଏଜେଣ୍ଟ ହୋଇ ଫେରିବେ । ମୁଁ ଆପଣଙ୍କୁ  ପଚାରୁଛି ନରେନ୍ଦ୍ର ମୋଦୀ, ରାଫେଲ ଚୁକ୍ତିରେ ଆପଣ ଲୋକଙ୍କୁ ଠକିଛନ୍ତି  କି ନାହିଁ? ସିଦ୍ଧୁ ସହ ଦେଶର କୌଣସି ସ୍ଥାନରେ ବସି ଏ ନେଇ ଯୁକ୍ତି କରନ୍ତୁ । ମୁଁ ଆପଣଙ୍କୁ  ଭୁଲ ପ୍ରମାଣିତ କରିଦେବି । ରାହୁଲ ଗାନ୍ଧୀ ତୋପ ହେଲେ ମୁଁ ଏକେ-୪୭ । ଯଦି ମୁଁ ମୋଦୀଙ୍କ ସହ ଯୁକ୍ତି କରି ହାରିଗଲି, ତେବେ ମୁଁ ରାଜନୀତି ଛାଡ଼ି ଦେବି ବୋଲି କହିଛନ୍ତି ସିଦ୍ଧୁ ।

ସମ୍ବନ୍ଧିତ ଖବର