୬ମାସ ପରେ ଯୁବପିଢ଼ି ମୋଦୀଙ୍କୁ ମାଡ଼ ମାରିବେ ! ରାହୁଲଙ୍କ ଏଭଳି ବୟାନ ପରେ ପ୍ରଧାନମନ୍ତ୍ରୀ କହିଲେ; ଅଧିକ ସୂର୍ଯ୍ୟ ନମସ୍କାର କରି ପିଠି ମଜବୁତ୍ କରିବି

ନୂଆଦିଲ୍ଲୀ: କିଛି ଦିନ ତଳେ ଏକ ନିର୍ବାଚନୀ ପ୍ରଚାର ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ ସାଂସଦ ରାହୁଲ ଗାନ୍ଧି। ଦିଲ୍ଲୀ ବିଧାନସଭା ନିର୍ବାଚନର ପ୍ରଚାର ସମୟରେ ୱାଏନାଡର ସାଂସଦ ରାହୁଲ ଗାନ୍ଧି କହିଥିଲେ କି, ୬ ମାସ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘରୁ ବାହାରି ପାରିବେ ନାହିଁ। ଭାରତର ଯୁବପିଢ଼ି ତାଙ୍କୁ ବାହାରକୁ ବାହାରିଲେ ମାଡ଼ ମାରିବେ।

ରାହୁଲ ଗାନ୍ଧୀଙ୍କ ଏଭଳି ବୟାନ ସାମ୍ନାକୁ ଆସିବା ପରେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନରେନ୍ଦ୍ର ମୋଦୀ। ସେ କହିଛନ୍ତି, ଏବେ ମୁଁ ସୂର୍ଯ୍ୟ ନମସ୍କାର କରିବାର ସଂଖ୍ୟା ବଢ଼ାଇବି। ମାଡ଼ ଖାଇବା ପୂର୍ବରୁ ମୋ ପିଠିକୁ ମଜବୁତ୍ କରିବି। ୬ମାସ ମଧ୍ୟରେ ମୋତେ ମାଡ଼ ହେବ ବୋଲି ମୁଁ ଶୁଣିିଛି। ଯାହା ପାଇଁ ମୋତେ ପ୍ରସ୍ତୁତ ରହିବାକୁ ପଡ଼ିବ। ୨୦ବର୍ଷ ହେଲାଣି ମୁଁ ବିରୋଧିଙ୍କ ଗାଳି ଶୁଣି ଶୁଣି ନିଜକୁ ଗାଳିପ୍ରୁଫ୍ କରି ସାରିଛି। ଏବେ ଲୋକମାନଙ୍କ ମାଡ଼ ଖାଇବା ପାଇଁ ମୁଁ ମୋ ପିଠିକୁ ପୂର୍ବ ଅପେକ୍ଷା ଅଧିକ ମଜବୁତ୍ କରିବି।

ପୂର୍ବରୁ ରାହୁଲଙ୍କ ବୟ‌ାନକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ମୋଦୀଜୀଙ୍କ ପ୍ରତିକ୍ରିୟାକୁ ନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି। ଲୋକସଭାରେ ନିଜର ଅଭିଭାଷଣ ରଖି ମୋଦୀଜୀ ରାହୁଲ ଗାନ୍ଧୀଙ୍କୁ ଏଭଳି ଜବାବ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର