ନୌସେନାର ୧୦ଟି ଡ୍ରୋନ କିଣିବା ପ୍ରସ୍ତାବକୁ ଗ୍ରହଣ କଲେ ସରକାର, ବ୍ୟୟ ଅଟ୍ଟକଳ ୧,୩୦୦କୋଟି

ନୂଆଦିଲ୍ଲୀ: ଲଦାଖରେ ଚୀନ୍ ସହ ଭାରତର ବିବାଦ ଗତ ସାତ ମାସ ଧରି ଚାଲୁରହିଛି। ଏଭଳି ପରିସ୍ଥିତିରେ ଭାରତ ତିନି ସେନାକୁ ମଜବୁତ କରିବା ଆରମ୍ଭ କରିଛି। ନିକଟରେ ଭାରତୀୟ ନୌସେନା ପଡ଼ୋଶୀ ଦେଶ ସହ ଥିବା ତିକ୍ତ ସଂପର୍କକୁ ଆଖି ଆଗରେ ରଖି ଆମେରିକାର ଦୁଇଟି ଆକ୍ରମଣକାରୀ ଡ୍ରୋନକୁ ଲିଜରେ ଆଣିଥିଲା। ଏହି ଚୁକ୍ତି ପରେ ଏବେ ଜାହାଜରୁ ନିକ୍ଷେପ ହୋଇପାରୁଥିବା ୧୦ଟି ଡ୍ରୋନ୍ କିଣିବାକୁ ନୌସେନାର ପ୍ରସ୍ତାବକୁ ଭାରତ ସରକାର ଗ୍ରହଣ କରିଛନ୍ତି। ଭାରତୀୟ ନୌସେନା ବର୍ତ୍ତମାନ ଭାରତ ମହାସାଗରରେ ନିଜ ନୀରିକ୍ଷଣ କ୍ଷମତା ବଢ଼ାଇବା  ପାଇଁ ଜାହାଜରୁ ପରିଚାଳନା ହୋଇପାରୁଥିବା ୧୦ଟି ଡ୍ରୋନ୍ କିଣିବାକୁ ଯାଉଛି। ନୌସେନାକୁ ୧୦ଟି ଡ୍ରୋନ୍ ମିଳିବ, ଯାହାକୁ କିଣିବା ପାଇଁ ଖର୍ଚ୍ଚ ହେବ ୧,୩୦୦କୋଟି ଟଙ୍କା।

ଭାରତୀୟ ନୌସେନା ଦ୍ୱାରା ପ୍ରତିରକ୍ଷା ମନ୍ତ୍ରାଳୟକୁ ଜାହାଜରୁ ପରିଚାଳନା ହୋଇପାରୁଥିବା ୧୦ଟି ଡ୍ରୋନ୍ କିଣିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ଆଜି ଭାରତ ସରକାର ୧୩୦୦କୋଟି ଟଙ୍କା ଅନୁମୋଦନ କରିଛନ୍ତି। ନୌସେନା ଖୁବ୍ ଶୀଘ୍ର ଗ୍ଲୋବାଲ୍ ଡ୍ରୋନ୍ ବର୍ଗ ଅଧୀନରେ ଟେଣ୍ଡର ମାଧ୍ୟମରେ ଏହି ଡ୍ରେନକୁ କିଣିବ। ଏହି ଡ୍ରୋନ୍ ଗୁଡିକ ବୃହତ ଜାହାଜ ଏବଂ ଅନ୍ୟାନ୍ୟ ସାମୁଦ୍ରିକ କାର୍ଯ୍ୟକଳାପ ବିଷୟରେ ଭାରତୀୟ ନୌସେନାକୁ ସହଜରେ ଜଣାଇବାରେ ସକ୍ଷମ ହେବେ |

क्यों पड़ी जरूरत?
oneindia

ଚୀନ ବାରମ୍ବାର ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଆଗକୁ ଚୀନକୁ କଡ଼ା ଜବାବ ଦେବାକୁ ସରକାର ସେନାକୁ ଆହୁରି ସଶକ୍ତ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର