‘ଆତଙ୍କବାଦୀମାନଙ୍କର ଭୀରୁତାପୂର୍ଣ୍ଣ ଆକ୍ରମଣ ଶ୍ରୀଲଙ୍କାର ଆତ୍ମାକୁ ପରାଜିତ କରିପାରିବ ନାହିଁ’: ପ୍ରଧାନମନ୍ତ୍ରୀ ମୋଦୀ

କଲମ୍ବୋ: ରବିବାର ଶ୍ରୀଲଙ୍କାର କଲମ୍ବୋରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିର୍ବାଚନ ଜିତିବା ପରେ ପ୍ରଥମ କରି ବିଦେଶ ଗସ୍ତ କରିଥିବା ମୋଦୀ ନିକଟ ଅତୀତରେ ଆତଙ୍କବାଦୀ ଆକ୍ରମଣରେ ଭୟଙ୍କର ଭାବେ ପ୍ରଭାବିତ ହୋଇଥିବା ଚର୍ଚ୍ଚରେ ପହଞ୍ଚି ପ୍ରବାସୀ ଭାରତୀୟଙ୍କ ସମ୍ବୋଧନ କରିଛନ୍ତି।

ସେ ସେଠାରେ ପହଞ୍ଚି କହିଛନ୍ତି ଯେ ‘ଆତଙ୍କବାଦୀମାନଙ୍କର ଭୀରୁତାପୂର୍ଣ୍ଣ ଆକ୍ରମଣ ଶ୍ରୀଲଙ୍କାର ଆତ୍ମାକୁ ପରାଜିତ କରିପାରିବ ନାହିଁ।’ ମୋଦୀ ଇଷ୍ଟର ବୋମା ବିସ୍ଫୋରଣ ପୀତିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଭାରତ ସମସ୍ତ ପ୍ରକାର ବିପଦରେ ଶ୍ରଲଙ୍କା ସହ ଛିଡ଼ା ହୋଇଛି ବୋଲି ଆଶ୍ୱସ୍ତ କରାଇଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛି ଯେ ୨୫୦ ଜଣରୁ ଊର୍ଧ୍ୱ ନିହତ ହୋଇଥିବା ଇଷ୍ଟର ବୋମା ବିସ୍ଫୋରଣ ଘଟଣା ପରେ ଶ୍ରୀଲଙ୍କା ପରିଦର୍ଶନରେ ଯାଇଥିବା ପ୍ରଥମ ବଦେଶୀ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

କଲମ୍ବୋର ବନ୍ଦରନାଇକେ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶ୍ରୀଲଙ୍କୀୟ ପ୍ରତିପକ୍ଷ ରନୀଲ ବିକ୍ରମ ସିଂହ ତାଙ୍କୁ ପାଛୋଟି ନେଇଥିଲେ।

ସମ୍ବନ୍ଧିତ ଖବର