ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାହ କରି ନାହାନ୍ତି: ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍‌

ଡେଲିଭରି ସମୟରେ ଓ ପରେ କ’ଣ ଅସୁବିଧା ଆସିଥାଏ, ମୋଦିଙ୍କୁ ଜଣା ଅଛି

ଭୋପାଳ: ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ୍‌ ପଟେଲ୍‌ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବିବାହିତ। ଗତ ରବିବାର (ଜୁନ ୧୭)ରେ ସେ ହରଦା ଜିଲ୍ଲାର ଟିମରନୀ ସ୍ଥିତ ଏକ ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଆନନ୍ଦୀବେନ୍‌ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଆନନ୍ଦୀବେନ୍‌ ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ଜଡ଼ିତ ସରକାରୀ ଯୋଜନା ସଂପର୍କରେ ସ୍ଥାନୀୟ ଲୋକଙ୍କୁ କହୁଥିଲେ।

ସେ କହିଥିଲେ ସମଗ୍ର ପୃଥିବୀ ଜାଣିଛି, ଆପଣଙ୍କ ପିଲାଙ୍କ ପାଇଁ, ଆପଣଙ୍କ ପାଇଁ। ସେ ବିବାହ କରି ନାହାନ୍ତି। ଆପଣଙ୍କୁ ଜଣା ଅଛି ନା ନାହିଁ, ନରେନ୍ଦ୍ର ଭାଇ ବିବାହ କରି ନାହାନ୍ତି କିନ୍ତୁ ତାଙ୍କୁ ଜଣା ଅଛି ଯେ, ଡେଲିଭରି ସମୟ ଓ ପରେ ମହିଳାଙ୍କୁ ଓ ଶିଶୁଙ୍କୁ କ’ଣ-କ’ଣ ଅସୁବିଧା ହୋଇଥାଏ। ଏଥି ପାଇଁ ସେ ମହିଳା ଓ ଶିଶୁଙ୍କୁ ପାଇଁ ଏତେ ଯୋଜନା ତିଆରି କରିଛନ୍ତି।

ସୂଚନାଯୋଗ୍ୟ ନରେନ୍ଦ୍ର ମୋଦି ଯେତେବେଳେ କେନ୍ଦ୍ରୀୟ ରାଜନୀତିକୁ ଆସିଥିଲେ, ସେହି ସମୟରେ ଆନନ୍ଦୀବେନ୍‌ଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରି ଦିଆଯାଇଥିଲା। କିଛି ମାସ ପରେ ତାଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ କରାଯାଇଛି। ଆନନ୍ଦୀବେନ କ’ଣ କହୁଛନ୍ତି ଶୁଣନ୍ତୁ…

ନରେନ୍ଦ୍ର ମୋଦିଙ୍କ ବାବଦରେ ରାଜ୍ୟପାଳଙ୍କ ଦ୍ୱାରା ଦିଆଯାଇଥିବା ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକସଭା ନିର୍ବାଚନ ପୂର୍ବରୁ ବାରାଣସୀରେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ କୁହାଯାଇଥିଲା ଯେ, ମୋଦି ବିବାହିତ ଓ ତାଙ୍କ ପତ୍ନୀଙ୍କ ନାମ ଯଶୋଦାବେନ୍‌।

ଯଶୋଦାବେନ୍‌ ଗୁଜୁରାଟରେ ରୁହନ୍ତି ଓ ସାମାଜିକ କାର୍ଯ୍ୟକ୍ରମରେ ସକ୍ରିୟ ଥାଆନ୍ତି। ନିକଟରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଦେଖାଯାଇଥିଲା। ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର