ସାକ୍ଷାତକାର ଟ୍ୟାପ୍‌ ହୋଇଯାଇଥିଲା ଖରାପ, ସମ୍ବାଦଦାତାଙ୍କ ଅନୁରୋଧ କ୍ରମେ ମୋଦି ରାତି ୧୦ଟାରେ ସାକ୍ଷାତକାର ଦେଇ କରାଇଥିଲେ ରାତ୍ରିଭୋଜନ

ନୂଆଦିଲ୍ଲୀ: ଘଟଣାଟି ୨୦୦୨ ମାର୍ଚ୍ଚ ପ୍ରଥମ ସପ୍ତାହର, ଯେତେବେଳେ ଗୋଧରା କାଣ୍ଡ ପୂରା ଗୁଜୁରାଟରେ ଚାଲୁଥିଲା। ଦେଶର ତତ୍କାଳ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୧କୁ ଏକ ସାକ୍ଷାତକାର ଦେଇଥିଲେ, ଯେଉଁ ପ୍ରସଙ୍ଗରେ ଆଗାମୀ ଦିନ ଖବର କାଗଜ ଛପା ଯାଇଥିଲା। ମୋଦି ଯେଉଁ ପ୍ରସଙ୍ଗରେ ମାର୍ଚ୍ଚ ୧ରେ କହିଥିଲେ ସେହି ପ୍ରସଙ୍ଗକୁ ନେଇ ମାର୍ଚ୍ଚ୨ରେ ସେ ଏକ ପ୍ରେସ କନ୍‌ଫରେନ୍ସ କରି ସଫେଇ ଦେଇଥିଲେ। ଏହାକୁ କଭର କରିବା ପାଇଁ ସେହି ସମୟରେ ଏନ୍‌ଡିଟିଭିର ସମ୍ବାଦଦାତା ରାଜଦୀପ ସରଦେସାଇ ଗାନ୍ଧିନଗର ପହଞ୍ଚି ଥିଲେ।

ରାଜଦୀପ ନିଜ ପୁସ୍ତକ ‘୨୦୧୪; ଦି ଇଲେକସନ୍‌ ଦ୍ୟାଟ ଚେଞ୍ଜ ଇଣ୍ଡିଆ’ରେ ଲେଖିଥିଲେ କି ସନ୍ଧ୍ୟାରେ ଯେତେବେଳେ ସେ ମୋଦିଙ୍କ ସାକ୍ଷାତକାର ପାଇଁ କଥା ହୋଇଥିଲେ ସେ ରାଜି ହୋଇଯାଇଥିଲେ। ସାକ୍ଷାତକାର ପରେ ଯେତେବେଳେ ଟିମ୍‌ ନ୍ୟୁଜରୁମ୍‌ରେ ପହଞ୍ଚି ଥିଲେ ଟ୍ୟାପ୍‌ ଖରାପ ହୋଇଯାଇଥିଲା । ଏହାପରେ ଦ୍ୱିତୀୟଥର ମୋଦିଙ୍କ କାର୍ଯ୍ୟାଳୟରେ ସରଦେସାଇ ଫୋନ୍‌ କରି ଅସୁବିଧା ଜଣାଇଥିଲେ। ମୋଦି ଏହା ଶୁଣି ପୁଣି ଥରେ ସାକ୍ଷାତକାର ପାଇଁ ରାଜି ହୋଇଯାଇଥିଲେ। ସରଦେସାଇ ନିଜ ଟିମ୍‌ ସହିତ ଗାନ୍ଧିନଗରସ୍ଥିତ ମୋଦିଙ୍କ କାର୍ଯ୍ୟାଳୟରେ ରାତି ପାଖାପାଖି ୧୦ଟା ସମୟରେ ପହଞ୍ଚିଥିଲେ। ନରେନ୍ଦ୍ର ମୋଦି ବି ତାଙ୍କୁ ରାତ୍ରି ଭୋଜନ କରାଇ ଥିଲେ।

ସମ୍ବନ୍ଧିତ ଖବର