ସୁରଟ (ଗୁଜୁରାଟ): ସଂପ୍ରତି ତିନି ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଦେଖିବା ପାଇଁ ମିଳିଛି ଲଢ଼େଇ ମୁଦ୍ରାରେ। ସୁରଟଠାରେ ପ୍ରଧାନମନ୍ତ୍ରୀ ମୋଦି ଆଜି (ଶନିବାର) ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଂପୂର୍ଣ୍ଣ ଅତ୍ୟାଧୁନିକ ଏବଂ ସ୍ୱୟଂଚାଳିତ କେ-୯ ବ୍ରଜ ହୋଇଜର୍ ଯୁଦ୍ଧ ଟ୍ୟାଙ୍କର ଚଢ଼ି ବୁଲିବା ସହ ଏହାର ଉଦଘାଟନ କରିଥିବା ଦେଖିବା ପାଇଁ ମିଳିଛି।
Checking out the tanks at L&T’s Armoured Systems Complex in Hazira. pic.twitter.com/zf7wRrbX7Y
— Narendra Modi (@narendramodi) January 19, 2019
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଂପୂର୍ଣ୍ଣ ଅତ୍ୟାଧୁନିକ ଏବଂ ସ୍ୱୟଂଚାଳିତ କେ-୯ ବ୍ରଜ ହୋଇଜର୍ ଯୁଦ୍ଧ ଟ୍ୟାଙ୍କର ଦେଶର ଅନ୍ୟତମ ଖ୍ୟାତନାମା କମ୍ପାନି ଲାର୍ସନ୍ ଆଣ୍ଡ ଟ୍ରୁବ୍ରୋ (ଏଏଲ୍ ଆଣ୍ଡ ଟି) ପକ୍ଷରୁ ନିର୍ମାଣ କରାଯାଇଛି। ଯୁଦ୍ଧ କ୍ଷେତ୍ରରେ ଏହାକୁ ଆଗ ଧାଡ଼ିର ଏକ ବିଧ୍ୱଂସୀ ଟ୍ୟାଙ୍କର ଭାବେ ବ୍ୟବହାର କରାଯାଉଛି। କେ-୯ ବ୍ରଜ ହୋଇଜର୍ ଯୁଦ୍ଧ ଟ୍ୟାଙ୍କର ସ୍ୱୟଂଚାଳିତ ଭାବେ ଶତ୍ରୁ ପକ୍ଷ ଉପରକୁ ଗୁଳିଗୋଳା ଲକ୍ଷ୍ୟଭେଦୀ ଭାବେ ନିକ୍ଷେପ କରିବାର କ୍ଷମତା ରଖୁଛି।
PM @narendramodi visits L&T’s Armoured Systems Complex at Hazira in Surat. pic.twitter.com/iKjGWLnA3A
— PIB India (@PIB_India) January 19, 2019
ଆଜି ଗୁଜୁରାଟର ହାଜିରା ଠାରେ ଲାର୍ସନ୍ ଆଣ୍ଡ ଟ୍ରୁବ୍ରୋ ଆମ୍ରୋଡ୍ ସିଷ୍ଟମ୍ କମ୍ପଲେକ୍ସକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ର ମୋଦି କେ-୯ ବ୍ରଜ ହୋଇଜର୍ ଯୁଦ୍ଧ ଟ୍ୟାଙ୍କରରେ ଚଢ଼ି ବୁଲିବା ସହ ଏହାର ପରୀକ୍ଷଣ କରିଥିଲେ। ଏହି ଅବସରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ।