ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ଗୁଜରାଟ ଗସ୍ତରେ ଅଛନ୍ତି। ମୋଦୀ ମଙ୍ଗଳବାର ସକାଳେ ଗାନ୍ଧୀ ନଗରରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ଏଠାରେ ଏକ ରୋଡ୍ ସୋ’ କରିଥିଲେ ଏବଂ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। 

Advertisment

ଏହି ଅବସର‌‌ରେ ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟରୁ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ଦେଇ କହିଥିଲେ, "ଆମେ ଯେକୌଣସି ପରିସ୍ଥିତିରେ କଣ୍ଟାକୁ ବାହାର କରିକି ହିଁ ରହିବୁ। ଇଟାର ଜବାବ ପଥରରେ ଦେଇ ଆସିଛୁ ଆଉ ଦେବୁ ମଧ୍ୟ। କାରଣ ଶରୀର ଯେତେ ସୁସ୍ଥ ହେଉନା କାହିଁକି, ଯଦି ଏକ କଣ୍ଟା ବିନ୍ଧେ, ତେବେ ସମଗ୍ର ଶରୀର କଷ୍ଟ ପାଏ। ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଯେକୌଣସି ପରିସ୍ଥିତି ହେଉ ନା କାହିଁକି ଆମେ ତାହାର ସାମ୍ନା କରି ସେହି କଣ୍ଟାକୁ ବାହାର କରିଦେବୁ।"

ସର୍ଦ୍ଦାର ପଟେଲଙ୍କ ଇଚ୍ଛା ଥିଲା ଯେପର୍ଯ୍ୟନ୍ତ ପିଓକେ ଫେରିଆସିନାହିଁ ସେପର୍ଯ୍ୟନ୍ତ ସେନା ଅଟକିବ ନାନହିଁ, କିନ୍ତୁ ସର୍ଦ୍ଦାର ସାହେବଙ୍କ କଥା ଶୁଣାଗଲା ନାହିଁ। ଏହି କ୍ରମ ଗତ ୭୫ ବର୍ଷ ଧରି ଚାଲି ଆସିଛି। ଏହାର ବିକୃତ ରୂପ ପହଲଗାମରେ ମଧ୍ୟ ଦେଖାଯାଇଥିଲା। ଆମେ ୭୫ ବର୍ଷ ଧରି ସହି ଆସିଲୁଣି। । ଯେତେବେଳେ ବି ପାକିସ୍ତାନ ସହିତ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି, ତିନିଥର ଭାରତର ସାମରିକ ଶକ୍ତି ପାକିସ୍ତାନକୁ ପରାସ୍ତ କରିଛି। ପାକିସ୍ତାନ ଅନୁଭବ କରିଛି ଯେ ସେ ଆମ ବିରୋଧରେ ଯୁଦ୍ଧ ଜିତିପାରିବ ନାହିଁ। କିଛିଟା ପରିସ୍ଥିତିରେ ଆତ୍ମସମର୍ପଣ ବି କରିଛି।"