ମୋଦି ପ୍ରତି ମାସରେ ଦିଅନ୍ତି ୧୯ଟି ଭାଷଣ, ପ୍ରତି ଭାଷଣର ସମୟ ୩୦ମିନିଟରୁ ଅଧିକ 

ସାଢ଼େ ତିନି ବର୍ଷରେ କେତେ ଭାଷଣ ଦେଇଛନ୍ତି ମୋଦି, ଜାଣନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଦେଶରେ ହେଉଥିବା ପ୍ରତ୍ୟେକ ନିର୍ବାଚନରେ ନିଜ ପାର୍ଟିର ସବୁଠାରୁ ଲୋକପ୍ରିୟ ପ୍ରଚାରକ ପ୍ରମାଣିତ ହୋଇଛନ୍ତି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ଏଯାବତ୍‌ କେତେ ଭାଷଣ ଦେଇଛନ୍ତି ଆସନ୍ତୁ ଜାଣିବା।

 

ମୋଦିଙ୍କ ଭାଷଣ ସଂଖ୍ୟା।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ମଇ ୨୬ ତାରିଖରୁ ନେଇ ଅକ୍ଟୋବର ୨୩ ପର୍ଯ୍ୟନ୍ତ  ୭୭୫ଟି ଭାଷଣ ଦେଇଛନ୍ତି। ଏଥିମଧ୍ୟରୁ ୧୬୬ଟି ଭାଷଣ ବିଦେଶରେ ମୋଦି ଦେଇଛନ୍ତି।  ନରେନ୍ଦ୍ର ମୋଦିଙ୍କ ଘରୋଇ େଓ୍ଵବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ଏହା ଦାବି କରାଯାଇଛି।

ନରେନ୍ଦ୍ର ମୋଦି ପ୍ରତିମାସରେ ଅତି କମରେ ୧୯ଟି ଭାଷଣ ଦେଇଥାଆନ୍ତି। ତେବେ ଏହି ତାଲିକାରେ ମୋଦିଙ୍କ ସେହି ଭାଷଣକୁ ସାମିଲ କରାଯାଇଛି ଯାହାକି ତିରିଶ ମିନିଟରୁ ଅଧିକ ରହିଛି।  ମୋଦି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ହାତକୁ ନେବାର ତୃତୀୟ ଦିନରେ ପ୍ରଥମ ଭାଷଣ ଦେଇଥିଲେ। ୨୦୧୪ ମସିହା ମଇ ୨୬ ତାରିଖରୁ ନେଇ ୩୧ ସେପ୍ଟେମ୍ବର ପର୍ଯ୍ୟନ୍ତ ମୋଦି  ୧୩୫ଥର, ୨୦୧୫ରେ ୨୬୪ ଥର, ୨୦୧୬ରେ ୨୦୭ଥର ଓ ୨୦୧୭ ଅକ୍ଟୋବର ୨୩ ପର୍ଯ୍ୟନ୍ତ ୧୬୯ଥର  ଭାଷଣ ଦେଇ ସାରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଯାବତ୍‌ ସବୁଠାରୁ ଅଧିକ ଭାଷଣ ୨୦୧୫ମସିହା ନଭେମ୍ବର ମାସରେ ଦେଇଥିଲେ। ଅର୍ଥାତ୍‌ ଏହି ମାସରେ ମୋଦି ୩୬ ଥର ଭାଷଣ ଦେଇଥିଲେ। ସେହିପରି ୨୦୧୫ ଏପ୍ରିଲରେ ୩୨ଥର, ୨୦୧୪ ସେପ୍ଟେମ୍ବରରେ ୩୧ଥର ଓ ୨୦୧୫  ମଇରେ ୩୦ଥର ଭାଷଣ ଦେଇଥିଲେ।

ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଭାଷଣ ତାଲିକା

 

ପୂର୍ବ ପ୍ରଧାନମମନ୍ତ୍ରୀ ମନମୋହନ ସିଂହ ୧୦ବର୍ଷ ପ୍ରଧାନମନ୍ତ୍ରୀ ରହିବା ଭିତରେ  ସମୁଦାୟ ୧୪୦୧ଥର ଭାଷଣ ଦେଇଥିଲେ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ପ୍ରତିମାସରେ ୧୧ଥର ଭାଷଣ ଦେଇଥାଆନ୍ତି। ମନମୋହନ ସିଂହ ୟୁପିଏ-୧ ଓ ୟୁପିଏ-୨ରେ ପାଞ୍ଚ-ପାଞ୍ଚ ବର୍ଷ ଶାସନ କରୁଥିବା ସମୟରେ ଯେତିକି ଭାଷଣ ଦେଇ ନ ଥିଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାର ତିନିବର୍ଷ ମଧ୍ୟରେ ସେତିକି ଭାଷଣ ଦେଇ ସାରିଛନ୍ତି। ମୋଦି ଗତ ସାଢ଼େ ତିନିବର୍ଷ ମଧ୍ୟରେ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛି  ପାର୍ଟି ପାଇଁ ନିର୍ବାଚନ ପ୍ରଚାର ପାଇଁ ସକ୍ରିୟ ରୁପେ ସେ ଭାଗ ନେଇଛନ୍ତି। ଗୁଜୁରାଟରେ କିଛି ମାସ ମଧ୍ୟରେ ନିର୍ବାଚନ ହେବାକୁ ଅଛି। ଏଥିପାଇଁ ନରେନ୍ଦ୍ର ମୋଦି ୬ ଥର ପାଖାପାଖି  ଗୁଜୁରାଟଗସ୍ତରେ ଯାଇ ସାରିଛନ୍ତି।

ସମ୍ବନ୍ଧିତ ଖବର