ପୁଲୱାମା ଆକ୍ରମଣର ଜବାବରେ ମୋଦି ନେଲେ ଏହି ୫ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁକାବିଲା ଲାଗି  କେନ୍ଦ୍ର ସରକାର ୫ଟି ବଡ ନିଷ୍ପତ୍ତିନେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଏହି ସବୁ  ନିଷ୍ପତ୍ତି ନିଆଯାଇଛି ।

୧. ପାକିସ୍ତାନଠାରୁ ମୋଷ୍ଟ ଫେବର୍ଡ ନ୍ୟାସନ୍ ମାନ୍ୟତା ପୁନଶ୍ଚ ଫେରାଇ ନିଆଯାଇଛି। ଅର୍ଥାତ୍ ଏବେ ପର୍ଯ୍ୟନ୍ତ ଭାରତ ସହ ପାକିସ୍ତାନକୁ ବାଣିଜ୍ୟ ପାଇଁ ଯେଉଁ ସୁଯୋଗ ମିଳୁଥିଲା ତାହା ଏବେ ପ୍ରତ୍ୟୋହାର ହୋଇଯିବ ।

୨. ବିଦେଶ ମନ୍ତ୍ରାଳୟ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନକୁ ଏକଘରିକିଆ କରିବା ପାଇଁ ସବୁ ଦେଶ ସହ ଆଲୋଚନା କରିବ। ସମଗ୍ର ବିଶ୍ବରେ ପାକିସ୍ତାନର ଆତଙ୍କୀ ଚେହେରାର ପର୍ଦ୍ଦାଫାସ୍ କରାଯିବ।

୩. ୧୯୮୬ରେ ପ୍ରଣୀତ ଜାତିସଂଘର ଆତଙ୍କବାଦର ପରିଭାଷାକୁ ବଦଳାଇବା ପାଇଁ ପ୍ରସ୍ତାବ ଦିଆଯିବ ।ଏହି ପ୍ରସ୍ତାବକୁ ପାରିତ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟାକରାଯିବ । ପ୍ରସ୍ତାବକୁ ପାରିତ କରିବା ପାଇଁ ଅନ୍ୟ ଦେଶ ଉପରେ ଚାପ ପ୍ରୟୋଗ କରାଯିବ ।

 

୪. ଗୃହମନ୍ତ୍ରୀ ରାଜନାଥ ସିଂହ ଶନିବାର ସର୍ବଦଳୀୟ ବୈଠକ କରିବେ । ଏହି ବୈଠକରେ ରାଜନାଥ ସିଂହ ବିପକ୍ଷ ଦଳଙ୍କ ସହ ବିସ୍ତାର ଭାବରେ ଆଲୋଚନାକରିବେ ।

 

୫. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆତଙ୍କବାଦ ବିପକ୍ଷରେ ଖୋଲା ଆହ୍ବାନ କରିଛନ୍ତି । ସେ କହିଛନ୍ତି ଯେ ଆତଙ୍କବାଦୀ ବହୁତ ବଡ ଭୁଲ୍ କରିଦେଲେ ଏବଂସେ ସେନାକୁ ଏହାର ଜବାବ ଦେବା ଲାଗି ନିଜସ୍ବ ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି ।

ସମ୍ବନ୍ଧିତ ଖବର