କରୋନା ଠାରୁ ସତର୍କ ରହିବା ପାଇଁ ଟୁଇଟ୍ କରି ପରାମର୍ଶ ଦେ‌ଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦେଶରେ ଏବେ କରୋନାଭାଇରସର କଡ଼ା ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଛନ୍ତି। ସମସ୍ତ ଜନସମାଗମସ୍ଥଳୀକୁ ବନ୍ଦ ରଖାଯାଇଛି। ଲୋକଙ୍କୁ ଘରୁ ନ ବାହାରିବା ପାଇଁ କୁହାଯିବା ସହ ସତର୍କ ଏବଂ ସୁରକ୍ଷିତ ରହିବା ପାଇଁ କହୁଛନ୍ତି ସରକାର। ଏବେ ଦେଶର ପରିସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଲୋକଙ୍କୁ ସଚେତନ କରାଇଛନ୍ତି।

କରୋନାଭାଇରସକୁ ନଡ଼ରି ଏହାର ମୁକାବିଲା କରିବା ପାଇଁ କହିିଛନ୍ତି ନରେନ୍ଦ୍ର ମୋଦୀ। ଏକାଧିକ ଟୁଇଟ୍ କରି ସେ ଲୋକଙ୍କୁୁ ସତର୍କ କରାଇଥିବା ଦେଖାଯାଇଛି। ଗୋଟେ ଟୁଇଟରେ ଲେଖାଯାଇଛି କି, ଭୟଭୀତ ନୁହେଁ, ସତର୍କତା ଅବଲମ୍ବନ କରନ୍ତୁ। ଏ କଥା ଭୁଲନ୍ତୁ ନାହିଁ- କେବଳ ଘରେ ନୁହେଁ, ଯେଉଁ ସହରରେ ଆପଣ ରହୁଛନ୍ତି, ସେହି ସହରରେ ରହିବା ପାଇଁ ଚେଷ୍ଟା କରନ୍ତୁ।

ମୋର କିଛି ଭାଇ-ଭଉଣୀ କାମ ପାଇଁ ବାହାରେ ରହୁଥିବା ବେଳେ ଏବେ ଛୁଟି ଘୋଷଣା ପରେ ସମସ୍ତେ ନିଜ ନିଜ ଗାଁକୁୁ ଫେରୁଛନ୍ତି। ଦୟାକରି ଏଭଳି କରି ସଂକ୍ରମଣକୁ ବଢ଼ାନ୍ତୁ ନାହିଁ। ଅଯଥା ଯାତ୍ରା କରି ନିଜ ପାଇଁ ବା ଅନ୍ୟ ପାଇଁ ସମସ୍ୟା ସୃଷ୍ଟି କରନ୍ତୁ ନାହିଁ। ଏହି ସମୟରେ, ଆମ ତରଫରୁ କରାଯାଉଥିବା ପ୍ରତ୍ୟେକଟି ଛୋଟ ପ୍ରୟାସ ଏକ ବଡ଼ ପ୍ରଭାବ ପକାଇବ।

ଅନ୍ୟ ଏକ ଟୁଇଟରେ ମୋଦୀଜୀ ଲେଖିଛନ୍ତି, ଡାକ୍ତର ଏବଂ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ଆମେ ସମସ୍ତେ ଶୁଣିବା ଉଚିତ୍।ଯେଉଁମାନଙ୍କୁ ଘରେ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି, ମୁଁ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଏହା ଆପଣଙ୍କୁ ଏବଂ ଆପଣଙ୍କ ସାଙ୍ଗ ଓ ପରିବାରକୁ ମଧ୍ୟ ସୁରକ୍ଷା ଦେବ।

ସମ୍ବନ୍ଧିତ ଖବର