ମୋଦୀଙ୍କୁ ମହିଳା ନିଜ ସମସ୍ୟା ଜଣାଇବାର ମାତ୍ର ୩ଘଣ୍ଟା ପରେ ହେଲା ସମାଧାନ

ଆଗ୍ରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ମହିଳା ନିଜର ସମସ୍ୟା ଜଣାଇଥିଲେ। ମହିଳା ସମସ୍ୟା ଜଣାଇବାର ମାତ୍ର ତିନି ଘଣ୍ଟା ମଧ୍ୟରେ ତାହାର ସମାଧାନ ହୋଇଯାଇଥିଲା।

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ଜରିଆରେ ସ୍ୱନିଧି ଯୋଜନା ପ୍ରସଙ୍ଗରେ ଆଗ୍ରା ଜିଲ୍ଲାର ମହିଳାଙ୍କ ସହ କଥା ହେଉଥିଲେ। ଏହି ସମୟରେ ଆଗ୍ରାର ପ୍ରୀତି ପାଠକ ନାମକ ଜଣେ ମହିଳା ନରେନ୍ଦ୍ର ମୋଦୀଙ୍କୁ ନିଜର ସମସ୍ୟା ଜଣାଇଥିଲେ।
ପ୍ରୀତି ପାଠକ ମୋଦୀଙ୍କୁ ନିଜ ସମସ୍ୟା ଜଣାଇ କହିଥିଲେ ତାଙ୍କ ସ୍ୱାମୀଙ୍କର ପାଦରେ ସମସ୍ୟା ରହିଛି। ଏଥିପାଇଁ ‌ସେ ବହୁତ କଷ୍ଟ ମଧ୍ୟ ଭୋଗି ସାରିଲେଣି।
ପ୍ରୀତିଙ୍କ ସମସ୍ୟା ଶୁଣି ମୋଦୀ କହିଥିଲେ, ଅଧିକାରୀଙ୍କ ସହିତ କଥା ହୋଇ ଆପଣଙ୍କ ସମସ୍ୟାର ନିଶ୍ଚୟ ସମାଧାନ କରାଯିବ।

ପ୍ରିତୀଙ୍କ ସ୍ୱାମୀଙ୍କ ଏକ ଫଳ ଦୋକାନ ଅଛି। ଲକଡାଉନ କାରଣରୁ ତାଙ୍କର ଏହି ବ୍ୟବସାୟ ମାନ୍ଦା ପଡ଼ି ଯାଇଥିଲା। ଏହି ଆର୍ଥିକ ସଙ୍କଟରୁ ମୁକୁଳିବା ପାଇଁ ସେ ସ୍ୱନିଧି ଯୋଜନାରୁ ୧୦ ହଜାର ଟଙ୍କା ଋଣ ନେଇଥିଲେ। ଏହି ଋଣରୁ ସେ ପୁଣିଥରେ ନିଜ ବ୍ୟବସାୟ ଆରମ୍ଭ କରି ପାରିଛନ୍ତି ବୋଲି ମୋଦୀଙ୍କୁ କହିଥିଲେ ପ୍ରୀତି ।

ମୋଦୀଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ପ୍ରୀତି ଯେତେବେଳେ ଏହି ସମସ୍ୟା ବିଷୟରେ ଆଲୋଚନା କରିଥିଲେ, ସମସ୍ୟା ଶୁଣି ସ୍ଥାନୀୟ ଜିଲ୍ଲାପାଳ, ତହସିଲଦାର ସମେତ ବରିଷ୍ଠ ଅଧିକାରୀମାନେ ତାଙ୍କ ଘରେ ପହଞ୍ଚିଥିଲେ।
ଆଗ୍ରା ଜିଲ୍ଲାର ପ୍ରଭୁ ଏନ ସିଂହ ଟୁଇଟ କରି ସୂଚନା ଦେଇଛନ୍ତି କି, ପ୍ରୀତି ଭିଡିଓ କନଫରେନସିଂ ଜରିଆରେ ନିଜର ଯେଉଁ ସମସ୍ୟାଗୁଡ଼ିକ କହିଥିଲେ, ‌ସେହି ସମସ୍ୟାଗୁଡ଼ିକର ନିରାକରଣ କରିବା ପାଇଁ ଜିଲ୍ଲାପାଳ ତାଙ୍କ ଘରେ ପହଞ୍ଚିଥିଲେ ଏବଂ ତାଙ୍କ ଠାରୁ କ’ଣ ସମସ୍ୟା ହୋଇଛି ବୁଝିବା ପରେ ତାହାର ସମାଧାନ କରିଥିଲେ।

ସମ୍ବନ୍ଧିତ ଖବର