ଇନଷ୍ଟାଗ୍ରାମରେ ଭାଇରାଲ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଫଟୋ, ୬ ଘଣ୍ଟାରେ ୧୦ ଲକ୍ଷ ଲାଇକ୍

ନୂଆଦିଲ୍ଲୀ : ଦେଶର ପ୍ରଧାନମନ୍ତ୍ରୀମାନଙ୍କ ଭିତରେ ବେଶ୍ ଷ୍ଟାଇଲିସ୍ ହେଉଛନ୍ତି ନରେନ୍ଦ୍ର ମୋଦି। ଏଥିସହ ସେ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ ସକ୍ରିୟ। ଇନଷ୍ଟାଗ୍ରାମରେ ନୂଆ ରୂପରେ ଦେଖିବାକୁ ମିଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କର ଏକ ଫଟୋ ଏବେ ଇନଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ପୋଷ୍ଟ ହେବାର ମାତ୍ର ୬ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ଲାଇକ୍ସ ମିଲିଛି । ତେବେ ଏହି ଫଟୋରେ ପ୍ରଧାନମନ୍ତ୍ରୀ ମୋଦି ପାଦରେ ଚପଲ ପିନ୍ଧିଛନ୍ତି ଏବଂ ମୋଦିଙ୍କ ହାତରେ ରହିଛି ନୋଟ୍ ବୁକ୍ ଏବଂ ଫାଇଲ୍ ।

ପୋର୍ଟ ବ୍ଲେୟରରେ ଉଠାଯାଇଥିବା ମୋଦିଙ୍କ ଏହି ଫଟୋରେ କ୍ୟାପସନ ରହିଛି, ‘ପୋର୍ଟ ବ୍ଲେୟରରେ ଏକ ମନୋରମ ସକାଳ । ସୂର୍ଯ୍ୟୋଦୟ ସମୟରେ ଏବଂ ପାରମ୍ପରିକ ପୋଷାକରେ । ଆମର ସ୍ୱାଧୀନତା ସଂଗ୍ରାମର ସାହସୀ ନାୟକ, ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଛନ୍ତି .ସେମାନେ ମନେପଡ଼ୁଛନ୍ତି ।’

 

ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀଙ୍କୁ ୧୬ ମିଲିୟନ୍ ଲୋକ ଫଲୋ କରୁଛନ୍ତି । ଆଉ ଏ ପର୍ଯ୍ୟନ୍ତ ମୋଦି ମୋଟ୍ ୨୪୩ଟି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହିଭଳି ଅନେକ ଫଟୋ ନିକଟରେ ମୋଦି ଇନଷ୍ଟାଗ୍ରାମରେ ସେୟାର କରୁଛନ୍ତି ।

ସମ୍ବନ୍ଧିତ ଖବର