ନୂଆଦିଲ୍ଲୀ: ଶିରୋମଣି ଅକାଳୀ ଦଳ (ଏସ୍ଏଡି) ସାଂସଦ ନରେଶ ଗୁଜରାଲ ଆଜି କହିଛନ୍ତି, ଦିଲ୍ଲୀରେ ହିଂସା ନିୟନ୍ତ୍ରଣ ଦିଗରେ ଦିଲ୍ଲୀ ପୁଲିସର ଅପାରଗତା ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର ସ୍ମୃତିକୁ ତାଜା କରୁଛି। ଦିଲ୍ଲୀରେ ସଂଖ୍ୟାଲଘୁଙ୍କ ଜୀବନ ଏବଂ ସମ୍ପତ୍ତି ସୁରକ୍ଷା କରିବାରେ ପୁଲିସ ବିଫଳ ହୋଇଛି । ବିଜେପିର ସହଯୋଗୀ ଦଳ ଏସ୍ଏଡିର ଏହି ସାଂସଦ କହିଛନ୍ତି, କେହି ବି ୧୯୮୪ ମସିହାର ପୁନରାବୃତ୍ତି ଚାହାନ୍ତି ନାହିଁ। ଦିଲ୍ଲୀ ପୁଲିସ ମୁଖ୍ୟ ଅମୂଲ୍ୟ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ସେ କହିଛନ୍ତି, ସହରର କିଛି ଅଂଶରେ ସଂଖ୍ୟାଲଘୁମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ ମଧ୍ୟ ପୁଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।
ଦିଲ୍ଲୀ ପୁଲିସର ଅପାରଗତା ୧୯୮୪ର ସ୍ମୃତିକୁ ତାଜା କରିଛି: ନରେଶ ଗୁଜରାଲ୍
/sambad/media/post_attachments/wp-content/uploads/2020/02/naresh_gujral_1582818336_618x347.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)